fbpx

ନାକର ଗଠନରୁ ଜଣାପଡ଼ିବ ବ୍ୟକ୍ତିର ବ୍ୟକ୍ତିତ୍ୱ, ଜାଣିପାରିବେ ଏମିତି…

କ’ଣ ଆପଣ ଜାଣନ୍ତି ଯେ ଆପଣଙ୍କ ମୁହଁ ଦେଖି ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କୁହାଯାଇପାରେ । ଆପଣ ଜାଣିଛନ୍ତି ଯେ ସମସ୍ତଙ୍କ ଚେହେରା ସମାନ ନୁହେଁ । ସମସ୍ତଙ୍କ ମୁହଁ ଭିନ୍ନ ଦେଖାଯାଏ । ତେବେ ଆଜି ଆପଣଙ୍କୁ କହିବୁ ଯେ ଆପଣଙ୍କ ନାକର ଗଠନ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କ’ଣ କହୁଛି ଏବଂ ଏହାକୁ ଆପଣ କେମିତି ଜାଣିପାରିବେ ।

ଦ ଜର୍ଣ୍ଣାଲ ଅଫ୍ କାର୍ଣ୍ଣିଓଫେସିଆଲ ସର୍ଜରୀର ୨୦୧୩ର ଏକ ଅଧ୍ୟୟନ ଅନୂଯାୟୀ, ବ୍ୟକ୍ତିଙ୍କ ନାକର ଗଠନ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ବିଶେଷଜ୍ଞମାନେ ୧୭୦୦ ଲୋକଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ ଏବଂ ଭିନ୍ନ ଭିନ୍ନ ନାକରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ଜାଣିପାବାର ପରୀକ୍ଷା କରିଥିଲେ । ଯେଉଁ ଲୋକଙ୍କ ନାକର ଗଠନ ଏକାପରି ଥିଲା ସେମାନଙ୍କ ବ୍ୟକ୍ତିତ୍ୱ ମଧ୍ୟ ସମାନତା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ଜାଣିବା ନାକର ଗଠନ ଆଧାରରେ ବ୍ୟକ୍ତିତ୍ୱଙ୍କୁ କେମିତି ଜାଣିପାରିବେ ।

ଲମ୍ବା ନାକ: ଏହି ଷ୍ଟଡି ଅନୂଯାୟୀ ଯେଉଁ ବ୍ୟକ୍ତିଙ୍କ ନାକର ଗଠନ ଲମ୍ବା ହୋଇଥାଏ, ସେମାନେ କଠିନ ପରିଶ୍ରମୀ ହୋଇଥାନ୍ତି । ଏମିତି ଲୋକ ସବୁ କାମ ସୁନ୍ଦର ଭାବରେ କରିଥାନ୍ତି । ଏମାନେ ନିଜର ପ୍ରଫେସନାଲ ଲାଇଫକୁ ପର୍ସନାଲ ଲାଇଫ ଠାରୁ ଅଲଗା ରଖିଥାନ୍ତି ।

ଛୋଟ ନାକ: ଷ୍ଟଡି ଅନୂଯାୟୀ, ଯେଉଁ ଲୋକଙ୍କ ନାକ ଛୋଟ ହୋଇଥାଏ, ସେମାନେ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି । ସେମାନଙ୍କ ପାଇଁ ଲୋକଙ୍କ ଭାବନା ଗୁରୁତ୍ୱ ରଖିଥାଏ । ଏଭଳି ଲୋକ ପରିବାରକୁ ନିଜ କ୍ୟାରିୟରଠାରୁ ଆଗରେ ରଖିଥାନ୍ତି ।

ଗୋଜିଆ ନାକ: ଯେଉଁ ଲୋକଙ୍କ ନାକ ଗୋଜିଆ ହୋଇଥାଏ, ଏଭଳି ଲୋକ ଆର୍ଥିକ ପରାମର୍ଶ ଦେବାରେ ବହୁତ ଭଲ ବୋଲି କୁହାଯାଏ । ଏହି ଲୋକମାନେ ଅର୍ଥକୁ ବହୁତ ଭଲ ଭାବରେ ମ୍ୟାନେଜ କରିଥାନ୍ତି ।

ସିଧା ନାକ: ଯେଉଁ ଲୋକଙ୍କ ନାକର ଗଠନ ସିଧା ହୋଇଥାଏ, ଏଭଳି ଲୋକ ବୁଦ୍ଧିମାନ ହୋଇଥାନ୍ତି । ଏଭଳି ଲୋକ ଭରଷା କରିବା ଯୋଗ୍ୟ ହୋଇଥାନ୍ତି ।

ବଟନ ନୋଜ୍: ଏଭଳି ନାକର ଗଠନ ଥିବା ଲୋକ ବହୁତ ଯତ୍ନଶୀଳ ହୋଇଥାନ୍ତି । ଏମାନେ ଖରାପ ପରିସ୍ଥିତିରେ ମଧ୍ୟ ପଜିଟିଭ ରହିଥାନ୍ତି ଏବଂ ଏଭଳି ଲୋକ ବହୁତ ଇମୋସନାଲ ମଧ୍ୟ ହୋଇଥାନ୍ତି ।

Get real time updates directly on you device, subscribe now.