ଏଣିକି କରାଯିବ Monkeypox ଟେଷ୍ଟ: ଲଞ୍ଚ ହେଲା RT-PCR କିଟ୍, ୫୦ ମିନିଟ ମଧ୍ୟରେ ଆସିଯିବ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ଡାଇଗ୍ନୋଷ୍ଟିକ କମ୍ପାନୀ ଜେନେସଟୁମି ପକ୍ଷରୁ ମଙ୍କିପକ୍ସ ଭାଇରସ ପାଇଁ ରିୟଲ-ଟାଇମ୍ ପିସିଆର କିଟ୍ ବିକଶିତ କରାଯାଇଛି । ତେବେ ପିଓଏକ୍ସ-କ୍ୟୁ ମଲ୍ଟିପ୍ଲେକ୍ସଡ ଆରଟି-ପିସିଆର କିଟ୍ ହାଇ ଫ୍ରିକ୍ୱେନ୍ସି ସହିତ ୫୦ ମିନିଟରୁ କମ୍ ସମୟରେ ରିପୋର୍ଟ ଦେଇପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

କମ୍ପାନୀର ସିଇଓ ଓ ସଂସ୍ଥାପକ ନୀରଜ ଗୁପ୍ତା କହିଛନ୍ତି, କମ୍ପାନୀ ପାଖରେ ବର୍ତ୍ତମାନ ସପ୍ତାହରେ ୫୦ ଲକ୍ଷ ପରୀକ୍ଷଣ କିଟ୍ ନିର୍ମାଣ ନେଇ କ୍ଷମତା ରହିଛି । ଯଦି ଅତିରିକ୍ତ ଚାହିଦା ବଢ଼େ, ତେବେ ସେଭଳି ସ୍ଥିତିରେ ଦୈନିକ ୨୦ ଲକ୍ଷ ପର୍ଯ୍ୟନ୍ତ ଏହି ସଂଖ୍ୟା ବଢ଼ାଯାଇ ପାରିବ । ବର୍ତ୍ତମାନ ୭୫ଟି ଦେଶରେ ମଙ୍କିପକ୍ସର ୧୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିସାରିଛି ।

ଭାରତରେ ଏହି ଭାଇରସର ୪ଟି ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଙ୍କିପକ୍ସକୁ ନେଇ ଅନ୍ତରାଷ୍ଟ୍ରୀୟ ହେଲଥ ଏମର୍ଜେନ୍ସି ଘୋଷଣା କରିଛି । ତେବେ ଏହି କିଟ୍ ହସ୍ପିଟାଲ, ବିମାନ ବନ୍ଦର, ସ୍ୱାସ୍ଥ୍ୟ ଶିବିରମାନଙ୍କରେ ଟେଷ୍ଟି ପାଇଁ ଉପଯୋଗ କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।