fbpx

ଜନ୍ମ ଦେଇଥିବା ମା’ ଛାଡ଼ପତ୍ର ପରେ ସ୍ୱାମୀଙ୍କଠାରୁ ନିଜ ଛୁଆକୁ ପୋଷ୍ୟଭାବେ ଗ୍ରହଣ କରିପାରିବେ: ହାଇକୋର୍ଟ

ନୂଆଦିଲ୍ଲୀ: ମା’ ଓ ପୋଷ୍ୟ ସନ୍ତାନକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ଜନ୍ମ ଦେଇଥିବା ମା’ ମଧ୍ୟ ନିଜ ଛୁଆକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବାବେଳେ କହିଛନ୍ତି ଯେ, ସ୍ୱାମୀଙ୍କଠାରୁ ଛାଡ୍ରପତ୍ର ପାଇବା ପରେ ମା’ ନିଜ ପ୍ରଥମ ସ୍ୱାମୀଙ୍କଠାରୁ ହୋଇଥିବା ନିଜ ଝିଅକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିପାରିବେ ।

ଜଷ୍ଟିସ ରିତୁ ବାହରି ଏବଂ ଜଷ୍ଟିସ ଅଶୋକ କୁମାର ବର୍ମାଙ୍କର ଏକ ବେଞ୍ଚ କହିଛି ଯେ, ଯଦି ପ୍ରଥମ ସ୍ୱାମୀ ଶିଶୁକୁ ପୋଷ୍ୟ ଭାବେ ଦେବାକୁ ରାଜି ହୁଅନ୍ତି, ତେବେ ପୂର୍ବତନ ପତ୍ନୀ ଦ୍ୱିତୀୟ ସ୍ୱାମୀ ସହିତ ସେହି ସନ୍ତାନକୁ ଗ୍ରହଣ କରିପାରିବେ । ଏହି ବେଞ୍ଚ ୨୦୨୧ ମସିହାରେ ମାଆଙ୍କ ଆବେଦନକୁ ଖାରଜ କରି ଭବାନୀ ପରିବାର କୋର୍ଟର ନିଷ୍ପତ୍ତିକୁ ଖଣ୍ଡନ କରିଥିଲେ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜନ୍ମ ଦେଇଥିବା ମା ନିଜ ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ।

ତେବେ ମହିଳା ଜଣକ ପିଟିସନରେ କହିଥିଲେ ଯେ, ତାଙ୍କର ପ୍ରଥମ ବିବାହରୁ ୨୦୧୨ ରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ସେ ୨୦୧୬ ରେ ଛାଡପତ୍ର ନେଇଥିଲେ ଓ ୨୦୧୭ ରେ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ମହିଳା ଜଣକ ପ୍ରଥମ ସ୍ୱାମୀଙ୍କଠାରୁ ହୋଇଥିବା ସନ୍ତାନକୁ ଗ୍ରହଣ କରିବାକୁ ଭବାନୀ କୋର୍ଟରେ ଆବେଦନ କରିଥିଲେ । ମହିଳା ଜଣକ କହିଥିଲେ କି, ଝିଅ ତାଙ୍କ ସହ ରହିବାକୁ ଚାହୁଁଛି ଓ ପିତା ମଧ୍ୟ ପୋଷ୍ୟ ଭାବେ ଦେବାକୁ ରାଜି ଅଛନ୍ତି । ଏପରି ଆବେଦନକୁ ଅନୁମତି ଦିଆଯାଉ ।

Get real time updates directly on you device, subscribe now.