fbpx

ମଙ୍କିପକ୍ସକୁ ନେଇ ସରକାର ଜାରି କଲେ ଗାଇଡଲାଇନ୍: ୨୧ ଦିନର ଆଇସୋଲେସନ ଜରୁରୀ

ନୂଆଦିଲ୍ଲୀ: କରୋନା ପରେ ଦେଶରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଙ୍କିପକ୍ସ ରୋଗୀ ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି କେନ୍ଦ୍ର ସରକାର । ଏହି ଗାଇଡଲାଇନରେ ୨୧ ଦିନର ଆଇସୋଲେସନ, ମାସ୍କ ପିନ୍ଧିବା, ହାତ ସଫା ରଖିବା, କ୍ଷତକୁ ସମ୍ପୂର୍ଣ୍ଣ ଘୋଡ଼ାଇବା ଓ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଅପେକ୍ଷା କରିବା ଇତ୍ୟାଦି ସାମିଲ ହୋଇଛି । ମେ ମାସରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଏବଂ ଦିଲ୍ଲୀ ସରକାର ସମସ୍ତ ଡାକ୍ତରଖାନା ଏବଂ ୧୧ ଟି ରାଜସ୍ୱ ଜିଲ୍ଲାକୁ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗାଇଡଲାଇନ୍ ଅନୁସାରେ:-
– ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ। ଶରୀରର ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ।
– ରୋଗୀ ୩ ଥାକିଆ ମାସ୍କ ପିନ୍ଧିବେ
– ଶରୀରରେ ହୋଇଥିବା ଘା ଓ ବଥ ଗୁଡ଼ିକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଉଚିତ
– ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ
– ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍‌ ପିନ୍ଧିବେ
– ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ୍‌, ସେଲ୍‌, ଟିସୁ ଆଦି ଦାନ କରିପାରିବେନି।
– ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବାରମ୍ବାର ହାତ ଧୋଇବେ ଏବଂ ସାନିଟାଇଜର ବ୍ୟବହାର କରିବେ।

ତେବେ ଦେଶରେ ଏଯାବତ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ବିଶ୍ବବ୍ୟାପୀ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି। ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମେ ମାସରେ ଅନେକ ଅଣ-ଏଣ୍ଡେମିକ୍ ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । ସର୍ବଭାରତୀୟ ସ୍ତରରେ ୭୫ ଟି ଦେଶରୁ ୧୬,୦୦୦ ରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଥିବା ବେଳେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.