fbpx

ସ୍ମୃତିଙ୍କ ଝିଅକୁ ନେଇ କରାଯାଇଥିବା ଟୁଇଟ୍ ଡିଲିଟ୍ କରିବାକୁ HCଙ୍କ ଆଦେଶ, କଂଗ୍ରେସର ତିନି ନେତାଙ୍କୁ ସମନ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ କଂଗ୍ରେସ ନେତାଙ୍କୁ ଭାରି ପଡିପାରେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଡିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ଵାରା ଦାଖଲ ଏକ ଦେଓ୍ଵାନୀ ମାନହାନୀ ମୋକଦ୍ଦମାରେ ସମନ ଜାରି କରିଛନ୍ତି। ମାନହାନୀ ମୋକଦ୍ଦମାରେ ତାଙ୍କ ଝିଅ ବିରୋଧରେ ଭିତ୍ତିହୀନ ଆରୋପ ଲଗାଇବା ପାଇଁ ୨ କୋଟିରୁ ଅଧିକ କ୍ଷତିପୂରଣ ଦାବି କରାଯାଇଛି।

ବିଚାରପତି ମିନି ପୁଷ୍କର୍ଣ୍ଣଙ୍କ ଖୀଠ କଂଗ୍ରେସର ତିନି ନେତାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରିଥିବା ଟୁଇଟ୍, ରିଟୁଇଟ୍, ପୋଷ୍ଟ, ଭିଡିଓ ଏବଂ ଫଟୋ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

 

ଯଦି କଂଗ୍ରେସର ନେତା ୨୪ ଘଣ୍ଟା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶର ପାଳନ ନକରନ୍ତି ତେବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟୁଇଟର, ଫେସବୁକ ଏବଂ ୟୁଟ୍ୟୁବରେ ଅପଲୋଡ୍ ସମସ୍ତ ପୋଷ୍ଟ ହଟାଇ ଦିଆଯିବ। କଂଗ୍ରେସ ନେତା ଅଭିଯୋଗ ଆଣିଥିଲେ ଯେ, ସ୍ମୃତି ଇରାନୀଙ୍କ ୧୮ ବର୍ଷୀୟ ଝିଅ ବେଆଇନ ଭାବେ ଏକ ବାର ଚଲାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀଘ୍ର ସ୍ମୃତି ଇରାନୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ।

ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟର ଜବାବରେ କହିଥିଲେ ଯେ, ମୋ ଝିଅ ରାଜନୀତି କରେ ନାହିଁ। ସେ ଜଣେ କଲେଜ୍ ପଢୁଆ ଝିଅ। ସେ ବାର ଚଲାଏ ନାହିଁ। କଂଗ୍ରେସ ନେତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। କଂଗ୍ରେସ ନେତା ଆରଟିଆଇ ଆଧାରରେ ମୋ ଝିଅ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଯେଉଁ ଆରଟିଆଇ କଥା କୁହାଯାଉଛି, ସେଥିରେ ମୋ ଝିଅ ବିଷୟରେ କୌଣସି ତଥ୍ୟ ନାହିଁ।

 

Get real time updates directly on you device, subscribe now.