fbpx

ରାଜ୍ୟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସହର: ଦୋକାନ,ବଜାର ସହ ଗାଡ଼ି ଚଳାଚଳ ଠପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବରଗଡ଼ ସହର । ସଚେତନ ନାଗରିକ କମିଟି ପକ୍ଷରୁ ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ଛାତ୍ର ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି ହେଉଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବନ୍ଦ ପାଳନ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଛି ।

ତେବେ ବରଗଡ଼ ସହରର ବିଭିନ୍ନ ସଙ୍ଗଠନ ଏହି ବନ୍ଦ ଆହ୍ୱାନ ଦେଇଛନ୍ତି । ବରଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବନ୍ଦ ପାଳନ ହେଉଛି । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ଦୋକାନବଜାର ବନ୍ଦ ରହିଛି । ସୂଚନା ଅନୁସାରେ, ୨୨ରେ ଏକ ଘରୋଇ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିଲା । ୨୫ ତାରିଖରେ ଅଭିଭାବକମାନେ ସ୍କୁଲ ଆଗରେ ବିକ୍ଷୋଭ କରିଥିଲେ । ବିକ୍ଷୋଭ ବେଳେ ପୋଲିସ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.