ସେପ୍ଟେମ୍ବର ୧ରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର: ବନ୍ଦ ହୋଇଯିବ ମାନୁଆଲ ସିଷ୍ଟମ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି
ନୂଆଦିଲ୍ଲୀ: ମାନୁଆଲ ପଦ୍ଧତି ମାଧ୍ୟମରେ ମିଳୁଥିବା ଭିନ୍ନକ୍ଷମ ପ୍ରମାଣପତ୍ର ବ୍ୟବସ୍ଥା ଖୁବଶୀଘ୍ର ହଟିଯିବ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର । ଭାରତ ସରକାରଙ୍କ ୟୁଡିଆଇଡି ପୋର୍ଟାଲ ‘ସ୍ୱାବଲମ୍ବନକାର୍ଡ’ ୱେବସାଇଟ ଜରିଅ।।ରେ ପ୍ରମାଣପତ୍ର ଜାରି କରାଯିବ । ପୂର୍ବରୁ ଯେଉଁମାନେ ମାନୁଆଲ ପଦ୍ଧତି ଦ୍ୱାରା ପ୍ରମାଣପତ୍ର ପାଇଛନ୍ତି, ସେମାନେ ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ ।
ତେବେ ଏନେଇ କେନ୍ଦ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭିନ୍ନକ୍ଷମ ପ୍ରମାଣପତ୍ର ଜାରି ପ୍ରକ୍ରିୟାରେ ଏହା ପାରଦର୍ଶିତା ଆଣିବ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଓଡ଼ିଶାରୁ ଲକ୍ଷାଧିକ ଭିନ୍ନକ୍ଷମ ପ୍ରମାଣପତ୍ର କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି । ୭ ମାସ ପୂର୍ବେ ଏହି ସଂଖ୍ୟା ୨୦ ଲକ୍ଷ ଥିବାବେଳେ ଏହା ମଧ୍ୟରେ କିଛି ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ତେବେ ମାତ୍ର ମାସକ ମଧ୍ୟରେ ପୁରୁଣା ଆବେଦନ ପ୍ରକ୍ରିୟାକରଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାନୁଆଲ ବ୍ୟବସ୍ଥା କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ । ସେପ୍ଟେମ୍ବର ୧ରୁ ଅନଲାଇନ ବ୍ୟବସ୍ଥା ବାଧ୍ୟତାମୂଳକ ହେବ । ଆବେଦନ ପ୍ରକ୍ରିୟା ଭାରତ ସରକାରଙ୍କ ୟୁଆଇଡି ପୋର୍ଟାଲ ଙ୍ଗଙ୍ଗଙ୍ଗ.ଗ୍ଦଙ୍ଗବଙ୍ଖକ୍ଷବଜ୍ଞଭବଦ୍ଭମବକ୍ସୟ.କ୍ଟକ୍ସଶ.ସଦ୍ଭ ରେ କରାଯିବ ବୋଲି କୁହାଯାଇଛି ।