fbpx

ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲେ ବିଦେଶିନୀ ପ୍ରେମିକା

ନୂଆଦିଲ୍ଲୀ: ଡେଟିଂ ସାଇଟରୁ ଆରମ୍ଭ ହେଲା ପ୍ରେମ। ଭାରତୀୟ ଯୁବକଙ୍କ ପ୍ରେମରେ ପଡି ପ୍ୟାରିସରୁ ଆସି କୋଲକାତାରେ ପହଞ୍ଚିଲେ ବିଦେଶିନୀ ପ୍ରେମିକା। ଅନ୍ତର୍ଜାତୀୟ ଡେଟିଂ ସାଇଟରୁ ଆରମ୍ଭ ହୋଇଥିଲା ପ୍ରେମ। ପ୍ରେମରେ ପଡି ସବୁକିଛି ଭୁଲିଗଲେ ଉଭୟ। ଭାରତୀୟ ଯୁବକଙ୍କ ପ୍ରେମରେ ପଡିଲେ ପ୍ୟାରିସର ଯୁବତୀ। ଶେଷରେ ସାତ ସମୁଦ୍ର ତେର ନଇଁ ପାର କରି ପ୍ରେମିକ ପାଖରେ ପହଞ୍ଚିଲେ ବିଦେଶୀ ପ୍ରେମିକା। ପ୍ରେମକୁ ପାଇବା ପାଇଁ ପ୍ୟାରିସରୁ ଆସି ଭାରତର ପଣ୍ଡୁଆରେ ପହଞ୍ଚିଛନ୍ତି ପ୍ରେମିକା। ଆଉ ଏଥିପାଇଁ ତାଙ୍କୁ ୮୦୦୦ କିଲୋମିଟର ଅତିକ୍ରମ କରିବାକୁ ପଡିଛି। କୁହାଯାଏ ପ୍ରେମ ମାନେ ନି ବନ୍ଧ ବାଡ, ଯାହା ଦେଖିବାକୁ ମିଳିଛି ଏହି ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ।

ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲା ପ୍ରେମିକାପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲା ପ୍ରେମିକାପାଟ୍ରିକା ଓ କୁନ୍ତଲଙ୍କ ଲଭ ଷ୍ଟୋରିପାଟ୍ରିକା ବାରୋଟା ହେଉଛନ୍ତି ଜଣେ ବିଦେଶୀ ନାଗରିକ ଓ କୁନ୍ତଲ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଜଣେ ଭାରତୀୟ। କିଛି ମାସ ପୂର୍ବରୁ ଉଭୟ ଏକ ଡେଟିଂ ସାଇଟରେ ପରିଚିତ ହୋଇଥିଲେ। ଏହାପରେ ଭିଡିଓ କଲିଂରେ ପ୍ରଥମେ କଥା ହୋଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଭାଷାକୁ ନେଇ ସମସ୍ୟା ଉପୁଜିଥିଲା। ଗୁଗୁଲ ଟ୍ରାନ୍ସଲେଟର ବ୍ୟବହାର କରି ଉଭୟ ଭାଷାର ଆଦାନପ୍ରଦାନ କରୁଥିଲେ। ଦିନ ଗଡିବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ମଜବୁତ ହେଲା। ଶେଷରେ ପ୍ରେମିକ ପାଖରେ ପହଞ୍ଚିବାକୁ ପ୍ରେମିକା ନିଷ୍ପତି ନେଲା।

ଏହାପରେ ଜୁଲାଇ ୧୩ ତାରିଖରେ ପାଟ୍ରିକା ଭାରତ ଆସୁଛନ୍ତି ବୋଲି କୁନ୍ତଲଙ୍କୁ ଜଣାଇଥିଲେ। ପ୍ରଥମେ ସେ ଭାରତରେ ପହଞ୍ଚିବା ପରେ ଦିଲ୍ଲୀରୁ କୋଲକାତା ଆସିଥିଲେ। ଆଉ ଶେଷରେ ବେଙ୍ଗଲି ପ୍ରମିକଙ୍କ ଘର ପଣ୍ଡୁଆରେ ପହଞ୍ଚିଥିଲେ। ଏହାପରେ ଉଭୟ ଲିଭ ଇନ ରିଲେସନସିପରେ ଅଛନ୍ତି। ଉଭୟ କେବେ ବିବାହ କରିବେ ସେନେଇ ଘୋଷଣା କରିନାହାନ୍ତି ତାରିଖ।

 

Get real time updates directly on you device, subscribe now.