fbpx

ଜୁଲାଇରେ ସରକାରଙ୍କର ଜବରଦସ୍ତ ଇନକମ୍: GSTରୁ ଆକାଉଣ୍ଟକୁ ଆସିଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ଜୁଲାଇ ମାସରେ ଜିଏସଟିରୁ ପ୍ରବଳ ଟଙ୍କା ରୋଜଗାର କରିଛନ୍ତି କେନ୍ଦ୍ର ସରକାର । ଜିଏସଟି ମାଧ୍ୟମରେ ସରକାର ୧,୪୮,୯୯୫ କୋଟି ଟଙ୍କାର ରେକର୍ଡ ଇନକମ୍ କରିଛନ୍ତି, ଯାହା ଦ୍ୱିତୀୟ ସର୍ବାଧିକ । ଏହା ଲଗାତାର ପଞ୍ଚମ ମାସ, ଯେବେ ସରକାର ଜିଏସଟିରୁ ୧.୪୦ ଲକ୍ଷ କୋଟିରୁ ଅଧିକ ରୋଜଗାର କରିଛନ୍ତି ।

ଗତ ବର୍ଷ ଜୁଲାଇରେ ସରକାର ଜିଏସଟିରୁ ୧,୧୬,୩୯୩ କୋଟି ଟଙ୍କା ଆୟ କରିଥିଲେ । ଗତ ବର୍ଷ ଜୁଲାଇ ମାସ ତୁଳନାରେ ଏଥର ସରକାର ଜିଏସଟି ମାଧ୍ୟମରେ ୨୮ ପ୍ରତିଶତରୁ ଅଧିକ ରାଜସ୍ୱ ପାଇଛନ୍ତି । ଏହାପୂର୍ବରୁ ଜୁନ୍ ୨୦୨୨ ରେ ଜିଏସଟି ମାଧ୍ୟମରେ ୧,୪୪,୬୧୬ କୋଟି, ମେ ୧,୪୦,୮୮ କୋଟି, ଏପ୍ରିଲରେ ୧.୬୮ ଲକ୍ଷ କୋଟି, ମାର୍ଚ୍ଚରେ ରେକର୍ଡ ସ୍ତରରେ ୧.୪୨ ଲକ୍ଷ କୋଟି ଟଙ୍କା ରେକର୍ଡ ସ୍ତରରେ ଥିଲା ।

ଜୁଲାଇ ୨୦୨୨ ପାଇଁ ମୋଟ ଆକଳନ ମଧ୍ୟରୁ ସିଜିଏସଟି ହେଉଛି ୨୫,୭୫୧ କୋଟି, ଏସଜିଏସଟି ହେଉଛି, ୩୨,୮୦୭ କୋଟି, ଆଇଜିଏସଟି ହେଉଛି, ୫ ୭୯,୫୧୮ କୋଟି ଏବଂ ସେସ୍ ୯ ୧୦,୯୨୦ କୋଟି ।

ତେବେ ଦେଶରେ ଜୁଲାଇ ୧୮ରୁ କିଛି ସାମଗ୍ରୀ ଉପରେ ଲାଗୁହୋଇଛି ଜିଏସଟି । ଲୋକମାନଙ୍କୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ପାଇଁ ଗଣିବାକୁ ପଡୁଛି ମୋଟା ଅଙ୍କର ଟଙ୍କା । ମୁଢ଼ି ଓ ଖଇ ସହ ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି ଓ ଓଟ୍ସ ଆଜିରେ ୫% ଜିଏସଟି ଦେବାକୁ ପଡୁଛି । ଏଲଇଡି ଲ୍ୟାମ୍ପ, କାଳି, ସାଇକେଲ ପମ୍ପ ଆଦିରେ ୧୮ % ଜିଏସଟି ଦେବାକୁ ପଡୁଛି । ସୋଲାର ୱାଟର ହିଟରରେ ୧୨% ଜିଏସଟି ଦେବାକୁ ପଡୁଛି । ହଜାରେ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମରେ ୧୨% ଜିଏସଟି ଦେବାକୁ ପଡୁଛି । ୫ ହଜାର ଟଙ୍କାରୁ ଅଧିକ ଦାମର ଅଣ-ଆଇସିୟୁ ହସ୍ପିଟାଲ ବେଡ ଲାଗି ୫% ଜିଏସଟି ଲାଗୁଛି । ତେବେ ଜିଏସଟିର ୪୭ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଥିଲେ ।

Get real time updates directly on you device, subscribe now.