fbpx

CUET ପିଜି ପାଇଁ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ : ପିଜି ପାଇଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିିକା ପରୀକ୍ଷା ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୧ ରୁ ୭ ଓ ୯ରୁ ୧୧ ଯାଏଁ ହେବ ପରୀକ୍ଷା । ଖୁବଶୀଘ୍ର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି ।

ଅନ୍ୟପଟେ ଗତକାଲିଠୁ ରାଜ୍ୟରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା । ପ୍ରତିଦିନ ତିନୋଟି ସେସନ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସେସନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦, ଦ୍ବିତୀୟ ସେସନ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ତୃତୀୟ ସେସନ୍ ୩ଟାରୁ ୪ଟା ୩୦ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍‌ ସମୟ ଦିଆଯିବ ।

ଅଗଷ୍ଟ ୧୨ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍‌ କରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ସୁଦ୍ଧା ଓକାକ୍‌ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମା‌ର୍କ ହସ୍ତାନ୍ତର କରାଯିବ । ଅଗଷ୍ଟ ୨୫ ତାରିଖ ଅପରାହ୍ନ ୨ଟାରେ ରାଜ୍ୟସ୍ତରୀୟ ବିଷୟ ଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ । ୨୫ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍‌ ଫିଲିଂ କରିପାରିବେ । ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ କରାଯିବ ।

Get real time updates directly on you device, subscribe now.