fbpx

କାଷ୍ଟିଙ୍ଗ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପପୁ ପମପମ

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମପମଙ୍କୁ କ୍ଲିନ ଚିଟ ।କାଷ୍ଟିଙ୍ଗ କାଉଚ ମାମଲାରେ ପପୁଙ୍କୁ ଆଶ୍ୱସ୍ଥି । ନିର୍ଦ୍ଦୋଷରେ ଖଲାସ ହେଲେ ଅଲିଉଡ ଷ୍ଟାର ପପୁ ପମପମ । ସ୍ୱତନ୍ତ୍ର ଫାଷ୍ଟଟ୍ରା କୋର୍ଟରେ ପପଙ୍କୁ ନିର୍ଦୋଷ ରେ ଖଲାସ କରାଯାଇଛି ।
ସୂଚନାମୁତାକବ ୬ମାସ ତଳେ ଜଣେ ନାବାଳିକା ପପୁଙ୍କ ନାମରେ ଅଭିଯୋଗ କରିଥିଲେ । ୨୦୧୬ ରେ ଏହି ମାମଲା ଆଣିଥିଲେ ନାବାଳିକା । ପପୁଙ୍କ ସହ ତାଙ୍କ ବନ୍ଧୁ ଗିଟୁ ମଧ୍ୟ ନିର୍ଦ୍ଦୋଷ ରେ ଖଲାସ କରାଯାଇଛି ।

ନିର୍ଦ୍ଦେଶରେ ଖଲାସ ହେବା ପରେ ପ୍ରତିକ୍ରିୟା ଦେଲେ ପପୁ କ଼ହିଲେ ଲୋକ ସଫଳତା ପାଇବା ପରେ ତାଙ୍କୁ ଲୋକ ସହି ପାରନ୍ତି ନାହିଁ । କୋର୍ଟର ଅର୍ଡର ଆସିବା ଦିନ ହିଁ ମୁଁ କୋର୍ଟରେ ହାଜର ହୋଇଥିଲି । କିନ୍ତୁ କିଛି ଲୋକମୋ ଚରିତ୍ରରେ ଲାଞ୍ଚନା ଲଗାଇବାକୁ ଚାହୁଁଥିଲେ । ମୁଁ ଯେଉଁ ଚାପରେ ଥିଲି ତାହା କେବଳ ମୁଁ ହିଁ ଜାଣିଛି । କିନ୍ତୁ ଏହି ଘଟଣାରେ କୌଣସି ସତ୍ୟାସତ ନାହିଁ ଯାହା ଫଳରେ ମୁଁ ଆଜି ନିର୍ଦ୍ଦୋଷ ରେ ଖଲାସ ହୋଇଛି । ଏହା ସହିତ ମିଡିଆକୁ ସମାଲୋଚନା କରିଛନ୍ତି ପପୁ । କହିଛନ୍ତି ମୋର ଚରିତ୍ର କୁ ଖରାପ କରିବାରେ ମଧ୍ୟ ମିଡିଆର ହାତ ଅଛି । କୁଆ ଉଡିଆ କୁ  ଛୁଆ ଉଡିବା କରିବାରେ ମିଡ଼ିଆ ଆଗରେ କହି ମିଡିଆକୁ କଟାକ୍ଷ କରିଛନ୍ତି ପପୁ । ଟଙ୍କାର ଲୋଭ ଦେଇ ମୁଁ ଝିଅର ମତ ବଦଳାଇବାକୁ ଚେଷ୍ଟା କରିଛି ବୋଲି ପପୁଙ୍କ ନାମରେ ଅଭିଯୋଗ ଆସିଥିଲା କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ପପୁ । କହିଛନ୍ତି ଟଙ୍କା ଦେଇଥିଲେ ମୁଁ ଗିରଫ ହୋଇ ନଥାଆନ୍ତି । ଏହି ଘଟଣା ପଛରେ ଆଉ କାହାର ହାତ ଅଛି ବୋଲି କହିଛନ୍ତି ପପୁ ।

Get real time updates directly on you device, subscribe now.