ସାବଧାନ! ଚପଲ ପିନ୍ଧି ବାଇକ ଚଳାଉଛନ୍ତି କି? ଏତିକି ଟଙ୍କାର କଟିବ ଚାଲାଣ

ଓଡିଶା ଭାସ୍କର: ବାଇକ୍ ଚଳାଉଥିବା ଲୋକମାନଙ୍କ ପାଇଁ ଅନେକ ନିୟମ କାନୁନ ରହିଛି । ଯାହାକୁ ରାସ୍ତାରେ ଯିବା ବେଳେ ମାନି ଚଳିବା ନିହାତି ଆବଶ୍ୟକ । ତେଣୁ ଟ୍ରାଫିକର ସମସ୍ତ ନିୟମ ଆପଣଙ୍କୁ ଜାଣି ରଖିବା ଉଚିତ । ତେବେ ଯାଇ ଟ୍ରାଫିକ ପୋଲିସଙ୍କ ଚାଲାଣ ଏବଂ ଜରିମାନା କିମ୍ବା ଦଣ୍ଡରୁ ଆପଣ ରକ୍ଷା ପାଇପାରିବେ । ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ପାଦରେ ଜୋତା ପିନ୍ଧିବା ପାଇଁ ମଧ୍ୟ ଆପଣ ସେତିକି ବାଧ୍ୟ । ତେବେ ଜୋତା ବ୍ୟତୀତ ଚପଲ ପିନ୍ଧିଲେ ଆପଣଙ୍କୁ ଟ୍ରାଫିକ ପୋଲିସଙ୍କ ଚାଲାଣର ଶିକାର ହେବାକୁ ପଡିପାରେ ।

କଥାଟା ଅନେକ ଜଣଙ୍କୁ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଲାଗୁଥିବ ନିଶ୍ଚୟ । ସ୍ଲିପର କିମ୍ବା ଚପଲ ପିନ୍ଧି ବାଇକ୍ ଚଳାଇବା ପାଇଁ ଅନୁମତି ଦିଆଯାଏ ନାହିଁ । ଏବେକାର ମୋଟର ଯାନ ଆଇନ ଅନୁସାରେ, ବାଇକ୍ ଚଳାଇବା ସମୟରେ ସମ୍ପୂର୍ଣ୍ଣ ବନ୍ଦ ଜୋତା ହିଁ ପିନ୍ଧିବା ଆବଶ୍ୟକ । ତେବେ ଏଥିରେ ଖିଲାପ ହେଲେ, ଟ୍ରାଫିକରେ ଧରା ପଡିବା ଦ୍ୱାରା ଆପଣଙ୍କୁ ଜରିମାନା ପଡିପାରେ । ଟ୍ରାଫିକ ପୋଲିସ ଆପଣଙ୍କ ନାଁରେ ଚାଲାଣ ମଧ୍ୟ କାଟି ପାରନ୍ତି । ତେବେ ଏହି ଭୁଲ ପାଇଁ ଆପଣଙ୍କୁ ୧୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡିପାରେ ।

ଏହାବ୍ୟତୀତ ବାଇକ୍ ଏବଂ ସ୍କୁଟର ଚଳାଇବା ସମୟରେ ସାର୍ଟ କିମ୍ବା ଟି-ସାର୍ଟ ମଧ୍ୟ ପିନ୍ଧିବା ନିହାତି ଜରୁରୀ । ନଚେତ ଏହି ଛୋଟ ଭୁଲ ପାଇଁ ଆପଣଙ୍କୁ ୨୦୦୦ ଟଙ୍କା ଜରିମାନା ଲାଗିପାରେ । ଏହିଭଳି ଅନେକ ନିୟମ ହୁଏତ ଆପଣ ଜାଣି ନଥିବେ, ଯେଉଁଥି ପାଇଁ ଆପଣଙ୍କୁ ରାସ୍ତା ମଝିରେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡେ । ତେଣୁ ଗାଡି ଚଳାଇବା ପୂର୍ବରୁ ଏ ସମସ୍ତ ଛୋଟ ଛୋଟ କଥାର ମଧ୍ୟ ଧ୍ୟାନ ରଖନ୍ତୁ ।