ନୂଆଦିଲ୍ଲୀ: ଭାଜପା ନେତାଙ୍କୁ କଟାକ୍ଷ କଲେ ଟିଏମସି ସାଂସଦ । ପ୍ରକୃତରେ ଲୋକସଭାରେ ଦରବୃଦ୍ଧିକୁ ନେଇ ହେଉଥିବା ଚର୍ଚ୍ଚା ସମୟରେ ଟିଏମସି ସାଂସଦ ମହୁଆ ମୋଇତ୍ରା ହ୍ୟାଣ୍ଡବ୍ୟାଗ୍ ରଖିୁଥିବାର ଏଭ ଭିଡିଓ ବିଜେପି ନେତା ଶହଜାଦ ପୁନାୱାଲାଙ୍କ ସୋସିଆଲ ମିଡିଆରେ ଶେୟାର କରିବାକୁ ନେଇ କଟାକ୍ଷ କରିଛନ୍ତି ମହୁଆ ମୋଇତ୍ରା । ଭାଜପା ନେତା ମହୁଆଙ୍କ ଉପରେ ଦାମୀ ହ୍ୟାଣ୍ଡବ୍ୟାଗ୍ ଲୁଚାଉଥିବା ଅଭିଯୋଗ ଲଗାଇଥିଲେ ।
ଭାଜପା ନେତା ଶହଜାଦ ପୂନାୱାଲା ଗତ କାଲି ଏକ ଭିଡିଓ ଟ୍ୱିଟ୍ କରିଥିଲେ । ଯେଉଁଥିରେ ଟିଏମସି ସାଂସଦ ମହୁଆ ମୋଇତ୍ରା ନିଜ ହ୍ୟାଣ୍ଡବ୍ୟାଗକୁ ସିଟ୍ ରୁ କାଢ଼ି ଡେସ୍କ ତଳେ ରଖୁଥିବାର ନଜର ଆସିଥିଲେ । ଆଉ ଏହି ସମୟରେ ତାଙ୍କ ନିକଟରେ ଥିବା ସାଂସଦ ଦରବୃଦ୍ଧିକୁ ନେଇ ମନ୍ତବ୍ୟ ରଖୁଥିଲେ । କୁହାଯାଉଛି ଏହି ବ୍ୟାଗର ମୂଲ୍ୟ ୧.୫ ଲକ୍ଷ ଟଙ୍କା ।
ଭାଜପା ମୁଖପାତ୍ର ପୂନାୱାଲା ଭିଡିଓରେ ଲେଖିଥିଲେ ଯେ ଦରବୃଦ୍ଧିକୁ ନେଇ ଚର୍ଚ୍ଚା ହେଉଥିବା ସମୟରେ ମହୁଆ ମୋଇତ୍ରା ନିଜର ଦାମୀ ବ୍ୟାଗ୍ ଲୁଚାଉଛନ୍ତି । ଏହା ପାଖଣ୍ଡତାର ଆଉ ଏକ ଚେହେରା । ଟିଏମସି ଏଭଳି ଦଳ ଯାହା ଭ୍ରଷ୍ଟାଚାର କମ୍ କରୁନାହିଁ କିନ୍ତୁ ମୂଲ୍ୟ ବୃଦ୍ଧି ଉପରେ ଚର୍ଚ୍ଚା କରୁଛି ।
Marie Antoinette Mahau Moitra hiding her expensive bag during a discussion on price rise- hypocrisy has a face & its this! A party that believes in TMC- Too Much Corruption discusses price rise after not cutting VAT & alliance with UPA that gave run away inflation of 10% plus pic.twitter.com/VByJsk4tBV
— Shehzad Jai Hind (@Shehzad_Ind) August 1, 2022
ଆଉ ଏହାର ଜବାବରେ ମୋଇତ୍ରା ପ୍ରତି ଜବାବରେ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ ହ୍ୟାଣ୍ଡବ୍ୟାଗ୍ ସହ ନିଜ ଫଟୋର କୋଲାଜ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ ଝୁଲା ଧରି ଆସିଥିଲୁ, ଝୁଲା ଧରି ଯିବୁ । ଝୁଲାବାଲା ଫକୀର ୨୦୧୯ ରୁ ସଂସଦରେ ଅଛନ୍ତି ।
Jholewala fakir in Parliament since 2019.
Jhola leke aye the… jhola leke chal padenge… pic.twitter.com/2YOWst8j98
— Mahua Moitra (@MahuaMoitra) August 2, 2022