fbpx

ଆରେ ଏଇଟା ରାକ୍ଷସଟା, ବାପା ନାମରେ କଳଙ୍କ: ସାମାନ୍ୟ ଭୁଲ୍ ପାଇଁ ଜନ୍ମ କଲା ପୁଅର ହାତକୁ ଶରୀରରୁ ଅଲଗା କରିଦେଲା

ନୂଆଦିଲ୍ଲୀ: ବେଳେବେଳେ ମଣିଷ କ୍ରୋଧର ଜ୍ୱାଳା ଏତେ ତଳକୁ ଖସି ଯାଇଥାଏ ଯେ, ତା’ ଦେହରେ ମଣିଷତ୍ୱ ବଞ୍ଚି ନଥାଏ । ନିକଟରେ ଜଣେ ବାପା ତାଙ୍କ ପୁଅ ସହ ଏପରି କିଛି କରିଛନ୍ତି । ବାଇକ୍ ଚାବି ନ ଦେବାରୁ ସେ ତାଙ୍କ ପୁଅର ହାତକୁ କୁଲହାଡ଼ିରେ କାଟି ଥାନାକୁ ଚାଲି ଚାଲି ନେଇଯାଇଥିଲେ । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓ ଦେଖିବା ପରେ ମନରେ ପ୍ରଶ୍ନ ଆସୁଛି, ଏଇଟା ରାକ୍ଷସଟା, ୟାକୁ ବାପା ଜନମ କିଏ ଦେଲା ।

ମଧ୍ୟପ୍ରଦେଶର ପଥରିଆ ଥାନା ଅଞ୍ଚଳରୁ ଏଭଳି ଏକ ହୀନ ଧରଣର ହିଂସ୍ର ମାମଲା ସାମ୍ନାକୁ ଆସିଛି । ବୃଦ୍ଧ ଜଣଙ୍କ ତାଙ୍କ ପୁଅଙ୍କୁ ବାଇକ୍ ଚାବି ମାଗିଥିଲେ । ମାତ୍ର ସେ ଚାବି ଦେବାକୁ ମନା କରିଦେଇଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଏତେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ ଘରେ ଥିବା ଏକ କୁଲହାଡ଼ିରେ ପୁଅର ବାମ ହାତକୁ କାନ୍ଧଠାରୁ ଅଲଗା କରିଦେଇଥିଲେ ।

ତେବେ ଏହି ଘଟଣା ପରେ ବୃଦ୍ଧଙ୍କ ପୁତ୍ର ବେହୋସ ହୋଇଯାଇଥିଲେ । ଘଟଣା ଏତିକିରେ ସରି ନଥିଲା । ପାଗଳ ବୃଦ୍ଧ ପୁଅର କଟା ହାତ ଓ କୁଲହାଡ଼ି ଧରି ସଡ଼କରେ ପାଦରେ ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ବୃଦ୍ଧ ଜଣଙ୍କ ରାସ୍ତାରେ କଟହାତ ଧରି ଚାଲୁଥିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ପିତାଙ୍କର ଏପରି ହରକତରେ ଚାରିଆଡ଼ ହଡ଼କମ୍ପ ମଚି ଯାଇଥିଲା । ପରେ ଆହତ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ବୃଦ୍ଧଙ୍କୁ ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.