fbpx

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ବକେୟା ବିଜୁଳି ଛାଡ଼ କଲେ

ନୂଆଦିଲ୍ଲୀ: ଆପଣଙ୍କର କିଛି ବକେୟା ବିଜୁଳି ବିଲ୍ ରହିଛି କି । ଯଦି ସରକାର ଏହାକୁ ଛାଡ଼ ପାଇଁ ଘୋଷଣା କରନ୍ତି, ତେବେ ଆପଣ କେତେ ମାତ୍ରାରେ ଖୁସି ହେବେ । ହଁ ଏପରି କିଛି ଘଟିଛି, ମାତ୍ର ଏଠାରେ ନୁହେଁ ପଞ୍ଜାବରେ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜ୍ୟବାସୀଙ୍କର ବକେୟା ବିଜୁଳି ବିଲ୍ ଛାଡ଼ କରିଛନ୍ତି । ନିକଟରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ନିର୍ବାଚନ ପୂର୍ବରୁ ଦଳ ଜନତାଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲା ।

ପଞ୍ଜାବ ସରକାର ଘରୋଇ ଶ୍ରେଣୀର ସମସ୍ତ ଉପଭୋକ୍ତାଙ୍କ ବିଜୁଳି ବିଲ୍ ମାଫ କରିଛନ୍ତି । ଏହା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ବେନିଫିଟ୍ ମିଳିବ । ସରକାରଙ୍କ ପକ୍ଷରୁ ଜାରୀ ନୋଟିସ୍ ଅନୁଯାୟୀ, ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବକେୟା ଥିବା ବିଜୁଳି ବିଲ୍ ଛାଡ଼ କରାଯିବାକୁ ନିଷ୍ପତ୍ତି ହୋଇଛି । ମାନ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ବିଜୁଳି ସଂଯୋଗ ନେବା ପାଇଁ ଖର୍ଚ୍ଚ ସରକାର ଭରଣ କରିବେ । ଯେଉଁ ବିଜୁଳି ସଂଯୋଗ କାଟି ଦିଆଯାଇଛି, ତାହା ବିଦ୍ୟୁତ ବିତରଣକାରୀ କମ୍ପାନୀକୁ ଅନୁରୋଧ ପରେ ଜାରି କରାଯିବ । ଅନ୍ୟ ସମସ୍ତ ଉପଭୋକ୍ତା ଯେପରିକି ହସ୍ପିଟାଲ, ଡିସପେନସାରୀ, ପୂଜା ସ୍ଥଳ, ସରକାରୀ ଖେଳ ସଂସ୍ଥା, ସୈନ୍ୟ ବିଶ୍ରାମ ଗୃହ, ସରକାରୀ ସହାୟତା ପ୍ରାପ୍ତ ଶିକ୍ଷା ସଂସ୍ଥା ଓ ଛାତ୍ରାବାସ ଆଦିରେ ଛାଡ଼ ଯୋଜନା କାର୍ଯ୍ୟକାରୀ ହେବ ନାହିଁ । ରାଜ୍ୟ ସରକାର ସମସ୍ତ ଯୋଗ୍ୟ ବାସିନ୍ଦାଙ୍କୁ ମାସକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.