fbpx

ଯେଉଁ ପିଲାକୁ ଛୋଟବେଳେ ଖାଇବାକୁ ଦେଉଥିଲେ, ସେହି ପିଲା ସନ୍ତାନର ମା ହେଲେ ୬୧ ବର୍ଷର ମହିଳା

ଭଲପାଇବାରେ ଲୋକେ ସବୁକିଛି ଭୁଲି ଯାଆନ୍ତି । ଜାତି,ଧର୍ମ,ବୟସର ସୀମା ହେଉ କିମ୍ବା ଅନ୍ୟ କିଛି ସମସ୍ୟା, ସବୁ କିଛିକୁ ପାର କରି ପରସ୍ପରକୁ ଭଲପାଇଥାନ୍ତି ପ୍ରେମି ଯୁଗଳ । ପ୍ରତ୍ୟେକ ଦିନ ଏହି ଭଲପାଇବାକୁ ନେଇ କିଛି ନା କିଛି ଖବର ମଧ୍ୟ ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ଜାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଜଣେ ୬୧ ବର୍ଷର ମହିଳା ଏବେ ଭଲପାଇବାରେ ପଡିଯାଇଛନ୍ତି, ସେ ବି ପୁଣି ତାଙ୍କଠାରୁ ୩୭ ବର୍ଷର କମ୍ ଯୁବକଙ୍କ ପ୍ରେମରେ । ମହିଳା ଜଣକ କେବଳ ଯେ ଭଲପାଇଛନ୍ତି ତାହା ନୁହେଁ ବରଂ ସେ ସେହି ଯୁବକଙ୍କ ସନ୍ତାନର ମାଆ ହେବାକୁ ଯାଉଛନ୍ତି । ତେବେ ଏହି ମହିଳାଙ୍କ ନାମ ହେଉଛି ଚେରିଲ୍ ମ୍ୟାକକାନ୍ ।

ଚେରିଲ୍ ଓ କୁରାନ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ କଥା ଦେଇଥିଲେ । ତେବେ ପୂର୍ବରୁ ଅନେକ ପିଲାଙ୍କର ଜେଜେ ମା ହୋଇଥିବା ଚେରିଲ୍ ବର୍ତ୍ତମାନ ମାଆ ହେବାକୁ ଯାଉଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚେରିଲ୍ ଓ କୁରାନଙ୍କ ସମ୍ପର୍କ ବହୁତ କଣ୍ଟ୍ରୋର୍ଭସିଆଲ ରହିଥିବା ବେଳେ ସେମାନେ ଲୋକଙ୍କ ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ । କିନ୍ତୁ ସବୁ ପରେ ମଧ୍ୟ ଉଭୟ ବିବାହ କରିବା ସହ ବର୍ତ୍ତମାନ ସନ୍ତାନର ମାତାପିତା ହେବାକୁ ଯାଉଛନ୍ତି । ତେବେ ଚେରିଲଙ୍କ ବୟସ ଅଧିକ ହୋଇଥିବାରୁ ସେ ସରୋଗେସି ସାହାଯ୍ୟରେ ମାଆ ହେବାକୁ ଯାଉଛନ୍ତି । ଯେଉଁ ଖୁସିଖବର ସେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଚେରିଲ୍ କୁରାନଙ୍କୁ ସେବେଠାରୁ ଜାଣିଥିଲେ କୁରାନ ଯେତେବେଳେ ବହୁତ ଛୋଟ ଥିଲେ,ଏବଂ ସେ ତାଙ୍କ ପୁଅଙ୍କ ଦୋକାନରେ କାମ କରୁଥିଲେ । ତେବେ ଚେରିଲ୍ କେବେ କେବେ କୁରାନଙ୍କୁ ଖାଇବା ଦେବା ପାଇଁ ଦୋକାନକୁ ଯାଉଥିଲେ । ଏହାପରେ ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯହାକୁ ଉଭୟ ଲୋକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ ଉଭୟ ମାତାପିତା ହେବାର ଖୁସିକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ଲୋକେ ସେମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.