ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଲୋକଙ୍କର ସରକାରୀ ଚାକିରି ପ୍ରତି ଅହେତୁକ ଦୁର୍ବଳତା ରହିଛି। ଭାରତରେ ସବୁଠୁ ଅଧିକ ସରକାରୀ ଚାକିରି ପ୍ରଦାନ କରୁଥିବା ସଂସ୍ଥା ହେଉଛି ଭାରତୀୟ ରେଳବାୟୀ। ଗତ କିଛି ବର୍ଷ ହେବ ଭାରତୀୟ ରେଳବାଈ ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବ କରୁଥିବା ନଜର ଆସିଛି। ତେବେ ଗତ ୮ ବର୍ଷ ମଧ୍ୟରେ ଭାରତୀୟ ରେଳବାଈ ସାଢେ ତିନି ଲକ୍ଷରୁ ଅଧିକ ନିଯୁକ୍ତି ଦେଇଥିବା ବେଳେ ୧.୪ ଲକ୍ଷ ଲୋକଙ୍କୁ ନିଯୁକ୍ତ କରିବା ପ୍ରକ୍ରିୟାରେ ଅଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ।
ଏହି ସୂଚନା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଶୁକ୍ରବାର ରାଜ୍ୟସଭାରେ ଦେଇଛନ୍ତି। ପ୍ରଶ୍ନ କାଳରେ ମନ୍ତ୍ରୀ କହିଥିଲେ ଯେ, ଲୋକମାନଙ୍କୁ ରୋଜଗାର ପ୍ରଦାନ କରିବାରେ ଭାରତୀୟ ରେଳବାଈର ପ୍ରମୁଖ ଯୋଗଦାନ ରହିଛି ଏବଂ ଚଳିତ ବର୍ଷ ୧୮ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ୨୦୧୪ ରୁ ୨୦୨୨ ମଧ୍ୟରେ ଭାରତୀୟ ରେଳବାଈ ୩,୫୦,୨୦୪ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ଲକ୍ଷ ଚାକିରୀ ଯୋଗାଇଦେବା ଘୋଷଣାର ଏକ ଅଂଶ ଭାବରେ ରେଳବାଇ ମଧ୍ୟ ପ୍ରମୁଖ ଯୋଗଦାନ ଦେଇଛି ଏବଂ ଏହା ଅଧୀନରେ ଏକ ଲକ୍ଷ ୪୦,୦୦୦ ଚାକିରୀ ଯୋଗାଇବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକ ଅଛନ୍ତି ଯେଉଁମାନେ ୧୦,୦୦୦ କିମ୍ବା ୨୦,୦୦୦ ହଜାର ନିଯୁକ୍ତି ଘୋଷଣା କରନ୍ତି ଏବଂ ସେ ବିଷୟରେ ବଡ ପ୍ରଚାର କରନ୍ତି, କିନ୍ତୁ ଏଠାରେ ଆମେ ଅନେକ ପ୍ରକୃତ ନିଯୁକ୍ତି ଦେଇଛୁ ବୋଲି ସେ କହିଛନ୍ତି।