fbpx

ଧୋନୀଙ୍କ ବଡ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ବିରାଟ-ସଚିନଙ୍କ କ୍ଲବରେ ହେଲେ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଶନିବାର ରାତିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ମୁକାବିଲାରେ ୩୩ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ମାତ୍ର ୧୬ ବଲରୁ ସେ ଦୁଇଟି ଚୌକା ଏବଂ ତିନୋଟି ଛକା ଜରିଆରେ ଏହି ସ୍କୋର କରିଛନ୍ତି। ଇଣ୍ଡିଜ ବିପକ୍ଷ ଏହି ଇନିଂସ ଦମରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୬ ହଜାର ରନ ପୂରଣ କରିଛନ୍ତି। ରୋହିତ ସବୁଠୁ କମ ଇନିଂସରେ ୧୬ ହଜାର ରନରେ ପହଞ୍ଚିବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଛନ୍ତି। ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ୧୬ ହଜାର ରନ ୪୮୩ ଇନିଂସରେ ପୂରଣ କରିଥିଲେ। ରୋହିତ ଶର୍ମା ୪୨୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି।

ଭାରତୀୟ ଖେଳାଳି ହିସାବରେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ କମ ଇନିଂସରେ ୧୬ ହଜାର ରନ ପୂରଣ କରିବାର ରେକର୍ଡ ରନ ମେସିନ ବିରାଟ କୋହଲିଙ୍କ ନାମରେ ରହିଛି। କୋହଲି ୩୫୦ ଇନିଂସରେ ୧୬ ହଜାର ରନ ପୂରଣ କରିଛନ୍ତି। ତାଙ୍କ ପଛରେ ଅଛନ୍ତି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର, ଦ ଓ୍ଵାଲ ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହ୍ଵାଗ ଏବଂ ସୌରଭ ଗାଙ୍ଗୁଲି।

ସବୁଠୁ କମ ଇନିଂସରେ ୧୬ ହଜାର ରନ କରିଥିବା ଭାରତୀୟ ଖେଳାଳି

୩୫୦- ବିରାଟ କୋହଲି
୩୭୬- ସଚିନ ତେନ୍ଦୁଲକର
୩୮୭- ରାହୁଲ ଦ୍ରାବିଡ
୪୦୨- ବୀରେନ୍ଦ୍ର ସେହ୍ଵାଗ
୪୨୪- ସୌରଭ ଗାଙ୍ଗୁଲି
୪୨୭- ରୋହିତ ଶର୍ମା
୪୮୩- ଏମଏସ ଧୋନୀ

 

Get real time updates directly on you device, subscribe now.