fbpx

ଛୋଟ ପିଲାଙ୍କ ସାହସକୁ ସାଲୁଟ୍: ବିଶାଳକାୟ ଅଜଗରର ନାଗଫାସରୁ ବଞ୍ଚାଇଲେ କୁକୁରର ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ ହିଂସ୍ର ଜୀବଜନ୍ତୁଙ୍କ ଲଢ଼େଇର ଭିଡିଓ ସାମ୍ନାକୁ ଆସିଥାଏ । ତେବେ ନିକଟରେ ଏକ ଅଜଗର ଓ କୁକୁରର ଲଢ଼େଇର ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗରଟି ତା’ର ଲାଞ୍ଜରେ ଏକ କୁକୁରକୁ ଗୁଡ଼େଇ ଦେଇଥିଲା । ବିକଳରେ ଉଦ୍ଧାର ପାଇଁ ଛଟପଟ ହେଉଥିଲା କୁକୁର । ମାତ୍ର ଠିକ୍ ସମୟରେ ପହଞ୍ଚିଯାଇଥିଲେ ତିନିଜଣ ଛୋଟପିଲା । ସେମାନେ ଅଜଗରକୁ ନିଜ ହାତରେ ଧରି କୁକୁରର ଜୀବନ ବଞ୍ଚାଇଥିଲେ ।

ସାଧାରଣ ଭାବେ ସାପକୁ ଦେଖିଲେ ଆମେ ଭୟରେ ଛାନିଆ ହୋଇଯାଉ । ମାତ୍ର ଏହି ପିଲାମାନେ ଏତେ କମ୍ ବୟସରେ ଯେଉଁ ଦୁଃସାହିକ କାର୍ଯ୍ୟ କରିଥିଲେ ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ । ଏହି ଭିଡିଓକୁ ୨୦ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ଅନେକ ୟୁଜର୍ସ ଏନେଇ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି । ବିଶାଳକାୟ ଅଜଗର କୁକୁରଟିକୁ ଚାରିଆଡ଼ୁ କବଳିତ କରି ନେଇଥିଲା । ମାତ୍ର ପିଲାମାନେ ବିନା ଡରରେ ଅଜଗରଟିକୁ କୁକୁର ଦେହରୁ ଭିଡ଼ି ଭିଡ଼ି ଅଲଗା କରିଦେଇଥିଲେ ।

କିଛି ସମୟର ସଂଘର୍ଷ ପରେ ପିଲାମାନେ ଅଜଗରଟିକୁ ହାତରେ ଧରି ନେଇ କୁକୁରଟିକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଛୋଟପିଲାଙ୍କ ମାନବୀୟତା ପାଇଁ ଆଜି ଗୋଟିଏ ଗୃହପାଳିତ ପଶୁର ଜୀବନ ବଞ୍ଚି ପାରିଛି । ସୋସିଆଲ ମିଡ଼ିଆରେ ୟୁଜର୍ସ ଏହି କାର୍ଯ୍ୟ ପାଇଁ ପିଲାମାନଙ୍କୁ ଅନେକ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ଭିଡିଓଟି କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.