fbpx

ବାୟୁ ପ୍ରଦୂଷଣ ହ୍ରାସ ପାଇବା ବାସ୍ତବରେ ଓଜୋନ ପ୍ରଦୂଷଣକୁ ବଢ଼ାଉଛି: ଏହାର କୁପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ପରିବେଶ ଓ କୃଷି ଉପରେ ପଢ଼ୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଫଳରେ ଓଜୋନ ସ୍ତର ଓ ମାନବ୍ୟ ସଭ୍ୟତା ଉପରେ ଏହାର ପ୍ରଭାବ ସମ୍ପର୍କରେ ପୂର୍ବରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ୟୁନିଭରସିଟି ଅଫ୍ ନ୍ୟୁୟର୍କ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହାର ବିପରୀତ ତଥ୍ୟ ଆସିଛି । ବାୟୁ ପ୍ରଦୂଷଣ ହ୍ରାସ ଦ୍ୱାରା ବାସ୍ତବରେ ଓଜୋନ ପ୍ରଦୂଷଣ ବୃଦ୍ଧି ପାଉଛି । ଫଳରେ ଏହାର କୁପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ଇକୋସିଷ୍ଟମ ଓ କୃଷି ଉପରେ ପଡ଼ୁଛି ବୋଲି ଷ୍ଟଡି ରିପୋର୍ଟରେ କୁହାଯାଇଛି ।

ବିଶ୍ୱର କିଛି ବିକଶିତ ରାଷ୍ଟ୍ର ପ୍ରଦୂଷଣ ହ୍ରାସ କରିବାକୁ ଯାଇ ପ୍ରକୃତରେ ଓଜୋନ ସ୍ତରର ପ୍ରଦୂଷଣ ବୃଦ୍ଧି କରିଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ମଣିଷର ସ୍ୱାସ୍ଥ୍ୟ ସହିତ କୃଷି କ୍ଷେତ୍ରରେ ଏହାର କୁପ୍ରଭାବ ପକାଇଥାଏ । ନାଇଟ୍ରୋଜେନ ଅକ୍ସାଇଡ ଓ ଭୋଲାଟାଇଲ ଅର୍ଗାନିକ କଣିକାର ରାସାୟନିକ ପ୍ରତିକ୍ରିୟା ଘଟି ଓଜୋନ ପୃଷ୍ଠରେ ଧୂଆଁର ପ୍ରାଥମିକ ଉପାଦାନ ସ୍ମଗ ସୃଷ୍ଟି ହୋଇଥାଏ ।

ଯେତେବେଳେ ଅଟୋମୋବାଇଲ, ପାୱାର ପ୍ଲାଣ୍ଟ, ଇଣ୍ଡଷ୍ଟ୍ରିଆଲ ବଏଲର୍ସ, ରିଫାଇନାରିଜ୍, କେମିକାଲ ପ୍ଲାଣ୍ଟସ୍ ଓ ଅନ୍ୟ କ୍ଷେତ୍ରର ପ୍ରଦୂଷିତ ପଦାର୍ଥ ସୂର୍ଯ୍ୟରଶ୍ମୀର ଉପସ୍ଥିତିରେ ପ୍ରତିକ୍ରିୟା ପ୍ରକାଶ କରେ ସେତେବେଳେ ଏହା ଘଟିଥାଏ । ଚୀନ ପରି କିଛି ଦେଶ କଣିକା ପ୍ରଦୂଷଣକୁ ହ୍ରାସ କରି ବାୟୁର ମାନକୁ ବୃଦ୍ଧି କରିଥିଲେ । ସେହି ସମୟରୁ ରିସର୍ଚ୍ଚ ଟିମ୍ ଏକ ଦଶନ୍ଧି ଧରି ଓଜୋନ ପ୍ରଦୂଷଣ ଉପରେ ଆବିଷ୍କାର ପାଇଁ ଗବେଷଣା ଚଳାଇଥିଲେ । ଦୁଇଟି ପ୍ରଦୂଷକ ମଧ୍ୟରେ ଥିବା ସଂଯୋଗ ବିଷୟରେ ବର୍ତ୍ତମାନ ରିସର୍ଚ୍ଚରୁ ଜଣାପଡ଼ିଛି ।

Get real time updates directly on you device, subscribe now.