fbpx
BSKY SKY
BSKY SKY

କମନୱେଲଥ ଗେମ୍ସରେ ପଦକ ବିଜୟ ଜାରି, ବକ୍ସିଂରେ ଆଉ ଦୁଇ ସ୍ୱର୍ଣ୍ଣ ହାତେଇଲା ଭାରତ

BSKY

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ବକ୍ସିଂରେ ଭାରତର ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ।  ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ । ସେହିପରି ଭାରତୀୟ ବକ୍ସର ନିତୁ ଗଂଘାସଙ୍କ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଭାରତୀୟ ବକ୍ସର ନୀତୁ ଗଂଘାସ କମନୱେଲଥ ଗେମ୍ସ ୨୦୨୨ ର ମହିଳା ମିନି ଇଭେଣ୍ଟ ୪୫-୪୮ ବର୍ଗରେ ଇଂଲଣ୍ଡର ରେସ୍ଜଟାନ ଡେମୀ ଜେଡଙ୍କୁ ହରାଇ ୫-୦ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୧ ବର୍ଷୀୟ ନୀତୁ ପ୍ରଥମ ଥର କମନୱେଲଥ ଗେମ୍ସରେ ସାମିଲ ହୋଇଥିଲେ, ଆଉ ସ୍ୱର୍ଣ୍ଣ ହାତେଇଛନ୍ତିି । ସେ ପୂରା ୯ ମିନିଟ୍ ପର୍ଯ୍ୟନ୍ତ ମୁକାବିଲାର ତିନି ରାଉଣ୍ଡରେ ନିୟନ୍ତ୍ରଣ ରଖିଥିଲେ ଏବଂ ପ୍ରତିଦ୍ୱନ୍ଦୀଙ୍କୁ କୌଣସି ସୁଯୋଗ ଦେଇନଥିଲେ ।

ଅନ୍ୟପଟେ ଭାରତୀୟ ବକ୍ସର ଅମିତ ପଂଘଲ ମଧ୍ୟ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ସେ ପୁରୁଷ ଫ୍ଲାଇଭେଣ୍ଟ ୪୮-୫୨ କେଜି ବର୍ଗରେ ୟୁରୋପୀୟ ଚାମ୍ପିୟନସିପ୍ ରୌପ୍ୟ ପଦକ ବିଜେତା ମେକଡୋନାଲ୍ଡ କିୟାରାନଙ୍କୁ ୫-୦ ରେ ହରାଇଛନ୍ତି । ପଙ୍ଘଲ ପୂରା ମ୍ୟାଚରେ ନିଜ ଭଲ ପ୍ରଦର୍ଶନ କରିଥିଲେ ।

ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୩ କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଭାରତକୁ ମିଳିଲାଣି ୧୫ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ ।

Get real time updates directly on you device, subscribe now.