fbpx
BSKY SKY
BSKY SKY

ଭାରତୀୟ ମହିଳା ହକି ଟିମ୍ ଚମତ୍କାର ପ୍ରଦର୍ଶନ; ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲେ ବ୍ରୋଞ୍ଜ

BSKY

ନୂଆଦିଲ୍ଲୀ: ବର୍ମିଂଘମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ ରେ ଭାରତୀୟ ମହିଳା ହକି ଟିମ୍ ର ଚମକ୍ରାର ପ୍ରଦର୍ଶନ । ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ଥିଲା ଏବଂ ଭାରତୀୟ ଟିମ୍ ଏହାକୁ ଜିତିବାରେ ସଫଳ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି । ପେନାଲଟି ସୁଟ୍ ଆଉଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି ।

ଭାରତ ନ୍ୟୁଜିଲାଣ୍ଡ୍ ସହ ମୁଖ୍ୟ ମ୍ୟାଚ୍ ୧-୧ ରେ ଡ୍ର ହୋଇଥିଲା । ଫଳରେ ମ୍ୟାଚ୍ ସୁଟ୍ ଆଉଟ୍ ଉପରେ ନିର୍ଭର କରିଥିଲା, ଆଉ ଏଠାରେ ଭାରତ ବାଜି ମାରିଥିଲା । ଭାରତ ସୁଟ୍ ଆଉଟ୍ ରେ ୨-୧ ରେ ବିଜୟୀ ହୋଇଛି, ଆଉ ଏହାସହ ଭାରତ ମହିଳା ହକି ଦଳ ତୃତୀୟ ଥର ପଦକ ଜିତିଛନ୍ତି । ଭାରତ ୨୦୦୬ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା । ସେହିଭଳି, ୨୦୦୨ ରେ ମାଞ୍ଚେଷ୍ଟରରେ ଭାରତ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

Get real time updates directly on you device, subscribe now.