fbpx

ରାଶିଫଳ(ସୋମବାର,୦୮ ଅଗଷ୍ଟ,୨୦୨୨)

ମେଷ: ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ୱପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ ।

ବୃଷ: ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ । କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ । ଲମ୍ବା ଯାତ୍ରାର ଯୋଗ ଅଛି । ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ ।

ମିଥୁନ: ନିଷେଧାତ୍ମକ ବିଚାରରୁ ଦୂରରେ ରହିବାକୁ ଉପଦେଶ । ନୂଆ କାର୍ଯ୍ୟର ପ୍ରାରମ୍ଭ ତଥା ସ୍ୱାସ୍ଥ୍ୟ ଉପଚାର ପ୍ରାରମ୍ଭ କରିବା ହୀତକର ନୁହେଁ । କ୍ରୋଧର ଭାବନାକୁ ନିୟନ୍ତ୍ରଣରେ ରଖିବେ । ନହେଲେ ଅନିଷ୍ଟକର ପ୍ରସଙ୍ଗର ସମ୍ଭାବନା ଅଛି । ଖର୍ଚ୍ଚ ଅଧିକ ହେବ । ଧନର ସଙ୍କଟ ଅନୁଭବ ହେବ ।

କର୍କଟ: ବୈଭବ ଜୀବନଶୈଳୀ ତଥା ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆଜି ଆପଣ ଆନନ୍ଦିତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ ।

ସିଂହ: ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ । ଯାହାଫଳରେ ସଂଘର୍ଷ ଟାଳି ପାରିବେ । ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ । ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ । ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ ।

କନ୍ୟା: ଆଜିର ଦିନ ଆପଣଙ୍କୁ କୌଣସି ଭାବରେ କଳହ ଏବଂ ଚର୍ଚ୍ଚାରୁ ଦୂରରେ ରହିବାକୁ ଉପଦେଶ । ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି । ବିଦ୍ୟାର୍ôଥମାନଙ୍କପାଇଁ ପାଠପଢାରେ ବାଧା ଆସିବ । ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ ।

ତୁଳା: ଆପଣଙ୍କପାଇଁ ସମୟ ଶୁଭ ଅଟେ । ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ । ଶାରୀରିକ ଫୂର୍ତ୍ତିର ଅଭାବ ରହିବ । ମାନସିକ ବ୍ୟଗ୍ରତା ମଧ୍ୟ ରହିବ । ଧନ ଏବଂ କୀର୍ତ୍ତିର ହାନି ହେବ । ମାତାଙ୍କର ସ୍ୱାସ୍ଥ୍ୟର ଚିନ୍ତା ରହିବ । ନିକଟ ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନକୁ ଚୋଟ ପହଁଚିବାର ପ୍ରସଙ୍ଗ ବନିବ ।

ବିଚ୍ଛା: ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ । କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ । ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ । ମିତ୍ର ଏବଂ ସ୍ୱଜନମାନଙ୍କର ଭେଟ ହୋଇପାରେ । କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି । ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମିଳିବ । ସ୍ନେହ ସମ୍ବନ୍ଧ ବନିବ ।

ଧନୁ: ଆପଣଙ୍କର ଦିନ ମିଶ୍ର ଫଳଦାୟୀ ଅଟେ । ଅସାମଞ୍ଜସ୍ୟ କାରଣରୁ ନିର୍ଣ୍ଣୟ ନେବା କଠିନ ହେବ । ମନରେ ବ୍ୟଗ୍ରତା ରହିବ । ପରିବାରଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ । କାର୍ଯ୍ୟରେ ଅପେକ୍ଷିତ ସଫଳତା ନ ମିଳିବାରୁ ନିରାଶା ହେବ । କାର୍ଯ୍ୟଭାର ମଧ୍ୟ ବଢିପାରେ । ନିରର୍ଥକ ଅର୍ଥ ଖର୍ଚ୍ଚ ହେବ ।

ମକର: ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ । କାର୍ଯ୍ୟାଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ । ପଦୋନ୍ନତିର ଯୋଗ ଅଛି । ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ । ଶାରୀରିକ ହାନିର ଯୋଗ ହେବାରୁ ସମ୍ଭାଳିକରି ରୁହନ୍ତୁ । ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ଭେଟ ହେବ । ମାନସିକ ରୂପରେ ଶାନ୍ତି ରହିବେ ।

କୁମ୍ଭ: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ । ମାନସିକ ସୁସ୍ଥତା କମ ରହିବ । କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ । ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ । ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଧନ ଖର୍ଚ୍ଚର ଯୋଗ ଅଛି ।

ମୀନ: ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ । ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ । ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି ।

Get real time updates directly on you device, subscribe now.