fbpx

WEATHER UPDATE: ପ୍ରବଳ ଛେଚିବ ବର୍ଷା: ଏହିସବୁ ଜିଲ୍ଲାକୁ ମିଳିଲା ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଗତ ୨ରୁ ୩ ଦିନରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ତେବେ ବିଶେଷ କରି ଖୋର୍ଦ୍ଧା ଜିଲ୍ଳାରେ ବର୍ଷା ଲୋକଙ୍କୁ ବେହାଲ କରି ରଖିଛି । ଏହି ସମୟରେ ଭାରତୀୟ ପାଣିପାଗ ତରଫରୁ ମିଳିଛି ଆଉ ଏକ ବଡ ସଂକେତ । ଆସନ୍ତା ଦିନରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଏଥିପାଇଁ ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ଦିନରେ ୩ ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାମାନଙ୍କରେ ଅତିପ୍ରବଳ ବର୍ଷା ହେବା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାବ୍ୟତୀତ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଏହି ତାଲିକାରେ ଖୋର୍ଦ୍ଧା, ପୁରୀ, ନୟାଗଡ, ମାଲକାନାଗିରି, କୋରାପୁଟ ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହିତ ରାୟଗଡା, ନବରଙ୍ଗପୁର ଏବଂ କଳାହାଣ୍ଡି ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂର ତାଲିକାଭୁକ୍ତ କରାଯାଇଛି । ତେବେ ଅନ୍ୟ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.