fbpx

ଯୋଗୀଙ୍କୁ ଧମକ:୩ଦିନ ମଧ୍ୟରେ ବୋମା ପକାଇ………

ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନ ରୁ ମାରିଦେବାର ଧକମ । ପୁଣିଥରେ ଜୀବନରୁ ମାରିଦେବାକୁ ଦିଆଗଲା ଧମକ । ବୋମା ପକାଇ ଜୀବନରୁ ମାରିଦେବା ପାଇଁ ଯୋଗୀଙ୍କୁ ଦିଆ ଗଲା ଖୁଲମଖୁଲା ଧମକ । କିନ୍ତୁ ଚଳିତ ଥର ଦୁର୍ବୁତ୍ତ ମୋବାଇଲକୁ ମେସେଜ ପଠାଇ ଯୋଗୀଙ୍କୁ ଜୀବନ ରୁ ମାରି ଦେବାକୁ ଧମକ ଦେଇଛି ।

ତେବେ ତିନିଦିନ ମଧ୍ୟରେ ବୋମା ପକାଇ ଯୋଗୀଙ୍କୁ ମାରି ଦେବାକୁ ବ୍ୟକ୍ତି ଜଣକ କହିଛି । ଏହି ମେସେଜ ସେ ଯୁପି-୧୧୨ ନମ୍ବରକୁ ପଠାଇଛି । ଏହା ପରେ ପୋଲିସ କଣ୍ଟ୍ରୋଲ ରୁମ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ଏହି ମେସେଜ କିଏ ଆଉ କେଉଁ ଠାରୁ ପଠାଇଛି ତାହାକୁ ନେଇ ବର୍ତ୍ତମାନ ଜୋରସୋର ତନା ଘନା ଚାଲିଛି । ଦୁର୍ବୁତ୍ତ ଜଣକ ମେସେଜରେ ସହୀଦ ବୋଲି ଲେଖିଛି , ଏବଂ ଏହାପରେ ଲେଖିଛି ଆଉ ତିନି ମଧ୍ୟରେ ତୁମକୁ ବୋମା ପକାଇ ଉଡାଇ ଦେବୁ । ଯୋଗୀଙ୍କୁ ଏହି ଧମକ ଦିଆ ଯିବା ପଛରେ କାରଣ କଣ ତାହା ସେ ଉଲ୍ଲେଖ କରିନାହଁ ।

ଏହି ଘଟଣାର ତଦନ୍ତ ବର୍ତ୍ତମାନ ପୋଲିସର ଇଣ୍ଟେଲିଜେନ୍ସି ଟିମ କରୁଛି । ସୋସିଆଲ ମିଡିଆରେ ଏପରି ଧମକ ମିଳିବା ପରେ ଯୋଗୀଙ୍କ ସୁରକ୍ଷାକୁ ଆହୁରୀ କଡା କଡି କରାଯାଇଛି ।ସୂଚନା ମୁତାବକ ଏହି ଘଟଣା ପ୍ରଥମ ନୁହେଁ , ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ଭଳି ହତ୍ୟା ଧମକ ମିଳିଛି ।

Get real time updates directly on you device, subscribe now.