fbpx

ଧର୍ମ କିମ୍ବା ଭାଷା ଆଧାରରେ କୌଣସି ସଂପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେବା ଆଇନ ବିରୋଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାଷା କିମ୍ବା ଧର୍ମ ଆଧାରରେ କୌଣସି ଧର୍ମକୁ ସଂଖ୍ୟାଲଘୁ ମାନ୍ୟତା ମିଳିବ ନାହିଁ । ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦେବା ନେଇ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି । ଜିଲ୍ଲା ସ୍ତରରେ କୌଣସି ସଂପ୍ରଦାୟକୁ ଭାଷା କି ଧର୍ମ ଆଧାରରେ ଯଦି ସଂଖ୍ୟାଲଘୁ ମାନ୍ୟତା ଦିଆଯାଏ, ତେବେ ତାହା ଆଇନ ବିରୋଧୀ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ମଥୁରା ନିବାସୀ ଦେବକୀନନ୍ଦନ ଠାକୁରଜୀଙ୍କ ପକ୍ଷରୁ ଏନେଇ ଏକ ମାମଲା ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା । ପିଟିସନରେ କୁହାଯାଇଥିଲା, ହିନ୍ଦୁମାନେ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ତରରେ ଦୁର୍ବଳ ରହିଛନ୍ତି । ତେଣୁ ସେମାନଙ୍କୁ ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଘୋଷଣା କରାଯାଉ । ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି ଜିଲ୍ଲା ସ୍ତରରେ କୌଣସି ସଂପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

କୌଣସି ସଂପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା କେବଳ ରାଜ୍ୟ ସ୍ତରରେ ଦେବା ସମ୍ଭବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କହିଛନ୍ତି । ଜଷ୍ଟିସ ୟୁ.ୟୁ ଲଳିତ ଓ ଏସ. ରବିନ୍ଦ୍ର ଭଟଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଥିଲା । ଏଭଳି ଏକ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟର ୧୧ ଜଣିଆ ବେଞ୍ଚ ବିସ୍ତୃତ ଅନୁଧ୍ୟାନ କରିଥିଲେ । ଏହା ଆଇନ ଆଇନ ସମ୍ମତ ନୁହେଁ ବୋଲି ୨୦୦୨ରେ ଉକ୍ତ ବେଞ୍ଚ ରାୟ ଦେଇଥିଲା ।

Get real time updates directly on you device, subscribe now.