fbpx

ବଢ଼ି ଚାଲିଛି ମୋଦୀଙ୍କ ଅସ୍ତାବର ସମ୍ପତ୍ତି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅସ୍ତାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସୂଚନା ଅନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । ବର୍ତ୍ତମାନ ସୂଚନା ଅନୁସାରେ ମୋଦୀଙ୍କ ସମ୍ପତ୍ତି ପୁର୍ବ ଠାରୁ ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି ।

ସୂଚନାମୁତାବକ ୨୦୨୧ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସମ୍ପତ୍ତି ୧,୯୭,୬୮,୮୮୫ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୨,୨୩,୮୨,୫୦୪ ରେ ପହଞ୍ଚିଛି ।
ମୋଦୀ ତାଙ୍କର ପୈତୃକ ସମ୍ପତ୍ତି ଦାନ କରିଛନ୍ତି । ତେଣୁ ତାଙ୍କ ପାଖରେ ସ୍ଥାବର ସମ୍ପତ୍ତି ଆଦୌ ନାହିଁ । ସ୍ଥାବର ସମ୍ପତ୍ତି ସ୍ଥାନରେ ନିଲ ଲେଖାଯାଇଛି । ୨୦୨୧ ରେ ହିନ୍ଦୁସ୍ତାନ ଟାଇମ୍ସରେ ମୋଦୀଙ୍କ ସମ୍ପତ୍ତି ବିଷୟରେ ତଥ୍ୟ ପ୍ରକାଶ ପାଇଥିଲା । ଏଥିରେ ମୋଦୀଙ୍କ ଜାତୀୟ ସଞ୍ଚୟ, ଜୀବନ ବିମା, ୪ଟିସୁନା ମୁଦି, କିଛି ଏଲଆଣଡଟି ବଣ୍ଡ ସାମିଲ ରହିଛି ।

ମୋଦୀ ଗତବର୍ଷ ୨୦୦୨ ରେ କିଣିଥିବା ଆବାସିକ ସମ୍ପତ୍ତି ଘୋଷରା କରିଥିଲେ । ଯେଉଁ ସମ୍ପତ୍ତିର ମୂଲ୍ୟ ୧.୧୦କୋଟି ଟଙ୍କା ଥିଲା ।ଏହା ସହିତ ଏହି ୱେବ ସାଇଟରେ ଆଉ ୧୦ଜଣ ମନ୍ତ୍ରୀଙ୍କ ନାମ ରହିଛି । ଏବଂ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା କେନ୍ଦ ୍ରପ୍ରତିରକ୍ଷା ମନ୍ତ୍ରୀଙ୍କର ଆୟ ୨,୨୪ କୋଟିରୁ ବୃଦ୍ଧି ପାଇ ୨.୫୪ ପହଞ୍ଚିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧.୬୨ କୋଟିରୁ ବୃଦ୍ଧି ପାଇ ୧.୮୩ କୋଯିରେ ପହଞ୍ଚିଛି ।

ସୂଚନାମୁତାବକ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ତ କେନ୍ଦ୍ରମନ୍ତ୍ରୀ ମାନେ ଡୋମେନ ରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତାଙ୍କର ସମ୍ପତ୍ତି ଘୋଷଣା କରିବେ ।

 

Get real time updates directly on you device, subscribe now.