fbpx

ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି

ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ ସେମାନେ ଏକାଠି କାମ କରିବେ । ସିଦ୍ଧି ଜିଲ୍ଲାରେ ଝିଅ ଶାବେରା ଅନସାରୀଙ୍କୁ ଡିଏସପି ଭାବେ ପୋଷ୍ଟ କରାଯାଇଥିବା ବେଳେ ତାଙ୍କ ପିତା ସେହି ଜିଲ୍ଲାର ମଝୌଲି ପୋଲିସ ଷ୍ଟେସନରେ ସବ୍ ଇନପେକ୍ଟର ଅଛନ୍ତି । ଦୁଇ ବାପ-ଝିଅ ଏବେ ଏକା ସାଙ୍ଗରେ କାମ କରୁଛନ୍ତି । ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ କରୋନା ଭାଇରସ୍ ବିରୋଧ ଲଢେଇ ପାଇଁ ଲୋକମାନଙ୍କୁ ଦୁହେଁ ସେଚେତନ କରାଉଛନ୍ତି ।

ତେବେ ଶାବେରା ଓ ପିତା ଆଶରଫ ଅଲି ସାଙ୍ଗ ହୋଇ ରାତି ଡ୍ୟୁଟି ପାଇଁ ବାହାରିଥାନ୍ତି । ଶାବେରାଙ୍କୁ ମଝୌଲି ଷ୍ଟ୍ରେସନରେ ଟ୍ରେନିଂ ଡିଏସପି ଭାବେ ପୋଷ୍ଟ କରାଯାଇଛି । ଅନ୍ୟପଟେ ତାଙ୍କ ପିତା ଆଶରଫଙ୍କୁ ୧୯୮୮ ମସିହାରେ ମଧ୍ୟପ୍ରଦେଶ ପୋଲିସରେ ଜଣେ କନେଷ୍ଟବଳ ଭାବେ ମନୋନିତ କରାଯାଇଥିଲା ଓ ଅନେକ ପଦୋନ୍ନତି ପରେ ବର୍ତ୍ତମାନ ସେ ସବ୍-ଇନ୍ସପେକ୍ଟର ଅଛନ୍ତି ।

Get real time updates directly on you device, subscribe now.