fbpx

ଖୁସିଖବର! ରକ୍ଷାବନ୍ଧନ ଦିନ ମାତ୍ର ୭୫୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର, ତୁରନ୍ତ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ ଜିନିଷରେ ପରିବର୍ତ୍ତନ ହେଉଛି । ସମୟ ସହିତ ଘରୋଇ ଗ୍ୟାସ କମ୍ପାନୀଗୁଡିକ ମଧ୍ୟ ନିଜକୁ ପରିବର୍ତ୍ତନ କରୁଛନ୍ତି । ଗ୍ୟାସ୍ କମ୍ପାନୀଗୁଡିକ ଏବେ ଗ୍ରାହକମାନଙ୍କୁ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ମଧ୍ୟ ଯୋଗାଉଛନ୍ତି । ରକ୍ଷାବନ୍ଧନ ଦିନ ମାତ୍ର ୭୫୦ ଟଙ୍କାରେ ଆପଣ ଏଭଳି ସିଲିଣ୍ଡର କିଣିପାରିବେ । ଏହି ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିଥାଏ ।

ଏଲପିଜି ଗ୍ୟାସ୍ ସିଲିଣ୍ଡର ୭୫୦ କମ୍ପୋଜିଟ୍ ସିଲିଣ୍ଡର ଲୁହା ସିଲିଣ୍ଡର ଅପେକ୍ଷା ୭ କିଲୋଗ୍ରାମ ହାଲୁକା । ଏବେ ବ୍ୟବହୃତ ଘରୋଇ ସିଲିଣ୍ଡରର ଓଜନ ହେଉଛି ୧୭ କିଲୋଗ୍ରାମ । କମ୍ପୋଜିଟ୍ ସିଲିଣ୍ଡର ହାଲୁକା କିନ୍ତୁ ଏହା ଶକ୍ତିଶାଳୀ । ଏହାର ତିନୋଟି ସ୍ତର ଅଛି । ଏବେ ୧୦ କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିବ । ଏହିପରି ଏହାର ମୋଟ ଓଜନ ୨୦ କିଲୋଗ୍ରାମ ହେବ । ଅନ୍ୟପକ୍ଷରେ, ଏକ ସାଧାରଣ ଲୁହା ସିଲିଣ୍ଡରର ଓଜନ ୩୦ କିଲୋଗ୍ରାମରୁ ଅଧିକ ରହିଛି ।

ତେବେ ଜୁଲାଇ ୬ ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା । ଅଗଷ୍ଟ ୧ ରେ କେବଳ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ଶସ୍ତା ହୋଇଗଲା । ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୬ ରୁ କମି ୧,୯୭୬.୫୦ ଟଙ୍କା ହୋଇଛି । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ସ୍ଥାନରେ ବ୍ୟବସାୟିକ ଏଲପିଜି ବ୍ୟବହୃତ ହୁଏ । ମେ’ ପରଠାରୁ ବ୍ୟବସାୟିକ ଏଲପିଜି ହାରରେ ଏହା ଚତୁର୍ଥ କଟ୍ । ମୋଟ ମୂଲ୍ୟରେ ସିଲିଣ୍ଡର ପିଛା ୩୭୭.୫୦ ଟଙ୍କା ହ୍ରାସ ଘଟିଛି ।

ଆସନ୍ତୁ ଦେଖିବା ପ୍ରମୁଖ ସହରଗୁଡିକରେ ୧୦ କିଲୋଗ୍ରାମ ସିଲିଣ୍ଡରର ଦାମ୍ …

ଦିଲ୍ଲୀ ୭୫୦
ମୁମ୍ବାଇ ୭୫୦
କୋଲକାତା ୭୬୫
ଚେନ୍ନାଇ ୭୬୧
ଲଖନଉ ୭୭୭
ଜୟପୁର ୭୫୩
ପାଟନା ୮୧୭
ଇନ୍ଦୋର ୭୭୦
ଅହମ୍ମଦାବାଦ ୭୫୫
ପୁଣେ ୭୫୨
ଗୋରଖପୁର ୭୯୪
ଭୋପାଳ ୭୫୫
ଆଗ୍ରା ୭୬୧
ରାଞ୍ଚି ୭୯୮

Get real time updates directly on you device, subscribe now.