fbpx

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସେଯୋଗ: କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ସବ୍‌-ଇନସ୍ପେକ୍ଟର ନିଯୁକ୍ତି ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (ଏସ୍‌ଏସ୍‌ସି)ଆଜି କେନ୍ଦ୍ରୀୟ ସଶସ୍ତ୍ର ବଳ(ସିପିଓ) ଏବଂ ଦିଲ୍ଲୀ ପୋଲିସ ସବ୍‌-ଇନସ୍ପେକ୍ଟର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ଆଶାୟୀ ପ୍ରାର୍ଥୀମାନେ ଏହି ପଦରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ବିଜ୍ଞପ୍ତିକୁ ଭଲ ଭାବରେ ପଢି ନିଅନ୍ତୁ। ଏସ୍‌ଏସ୍‌ସି କ୍ୟାଲେଣ୍ଡର ଅନୁଯାୟୀ ୧୦ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ କରିଦେବ। ଏହି ପଦବୀ ପାଇଁ ଅଗଷ୍ଟ ୩୦ରୁ ଅନଲାଇନ୍ ଆବେଦନ ଶେଷ ତାରିଖ ରହିଛି।

ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ସମସ୍ତ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାକୁ ପଡିବ। ଯେକୌଣସି ଷ୍ଟ୍ରିମରୁ ସ୍ନାତକ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ, ଆବେଦନ ପାଇଁ ବୟସ ସୀମା ୨୦ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ହୋଇଛି। ନିର୍ଦ୍ଦିଷ୍ଟ ବୟସ ଅନୁଯାୟୀ ଉଚ୍ଚ ବୟସ ସୀମାରେ ରିହାତି ମଧ୍ୟ ଦିଆଯିବ।

ଅନଲାଇନ୍ ଆବେଦନ ଆରମ୍ଭ ତାରିଖ – ୧୦ ଅଗଷ୍ଟ ୨୦୨୨।
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୩୦ ଅଗଷ୍ଟ ୨୦୨୨।
ଅନଲାଇନ୍ ଫି ଦାଖଲ କରିବାର ଶେଷ ତାରିଖ – ୩୦ ଅଗଷ୍ଟ ୨୦୨୨।
ଅଫଲାଇନ୍ ଫି ଦାଖଲ ପାଇଁ ଶେଷ ତାରିଖ – ୩୧ ଅଗଷ୍ଟ ୨୦୨୨।
ପେପର୍ ୧ ପରୀକ୍ଷା ତାରିଖ – ନଭେମ୍ବର ୨୦୨୨।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାକୁ ଆବେଦନ ଶୁଳ୍କ ୧୦୦/- ଥିବାବେଳେ ଏସ୍‌ସି/ଏସ୍‌ଟି/ ଏକ୍ସ ସର୍ଭିସ୍ ମ୍ୟାନ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ଅଟେ। ମନୋନୀତ ପ୍ରାର୍ଥୀ ପାଇବାକୁ ଏକ ଲିଖିତ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ଦେବାକୁ ପଡିବ। ପ୍ରାର୍ଥୀମାନେ ଆବେଦନ, ଚୟନ ଏବଂ ନିଯୁକ୍ତି ସମ୍ବନ୍ଧୀୟ ବିସ୍ତୃତ ସୂଚନା ପାଇବା ପାଇଁ ଏସ୍‌ଏସ୍‌ସିର ଅଫିସଲିଆଲ୍ ୱେବସାଇଟ୍ https://ssc.nic.inରେ ଯାଇ ଯାଞ୍ଚ କରିପାରିବେ।

Get real time updates directly on you device, subscribe now.