fbpx

ବିଗୁଡ଼ୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ: ଦିଲ୍ଲୀର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍

ମୁମ୍ବାଇ: ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୂଚନାରୁ ମିଳିଛି କି, କମେଡିଆନ୍ ରାଜୁଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ ବୁଧବାର ଦିନ ଜିମରେ ୱାର୍କଆଉଡ୍ କରୁଥିବା ସମୟରେ ରାଜୁଙ୍କ ଅବସ୍ଥା ଅଚାନକ୍ ବିଗିଡ଼ି ଯାଇଥିଲା । ସେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଦିଲ୍ଲୀ ଏମ୍ସ ନେଇଯାଇଥିଲେ । ତାଙ୍କୁ ହାର୍ଟ ଆଟାକ୍ ଆସିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି ।

ଜଣାପଡିଛି କି, ଦିଲ୍ଲୀର ଏମ୍ସରେ କେବଳ ରାଜୁ ଶ୍ରୀବାସ୍ତବ ନୁହେଁ, ବରଂ ତାଙ୍କ ସାନ ଭାଇ ମଧ୍ୟ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛୋଟ ଭାଇ ନ୍ୟୁରୋ ଡିପାର୍ଟମେଣ୍ଟର ଆଇସିୟୁରେ ଗତ ୪ ଦିନ ହେବ ଭର୍ତ୍ତି ହୋଇଛନ୍ତି । ରାଜୁ ଶ୍ରୀବାସ୍ତବ ସେକେଣ୍ଡ ଫ୍ଲୋରରେ ଆଡମିଟ ହୋଇଥିବା ବେଳେ ତାଙ୍କ ଭାଇ ଥାର୍ଡ ଫ୍ଲୋରରେ ଆଡମିଟ ହୋଇଛନ୍ତି ।

ତେବେ ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି । ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍ଶାହ କୁହାଯାଏ । ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି । ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି ।

Get real time updates directly on you device, subscribe now.