fbpx

ଉପରାଷ୍ଟ୍ରପତି ଭାବେ ଶପଥନେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଲେ ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ତାଙ୍କର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବର୍ତ୍ତମାନ ଦେଶର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ ।

 

ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଜଗଦୀପ ଧନଖର ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଚଳିତ ରାଷ୍ଟ୍ରପତି ନିର୍ବାଚନ ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଏନଡିଏ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ନେତା ଯଶୱନ୍ତ ସିନ୍ହା ଙ୍କୁ ହରାଇ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିଥିଲେ । ସେହିପରି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଜଗଦୀପ ଧନଖଡ ମଧ୍ୟ ବିରୋଧୀ ଦଳ ନେତା ମାର୍ଗେରେଟ ଆଲଭାଙ୍କୁ ପରାସ୍ତ କରିଥିଲେ । ଧନଖଡଙ୍କ ବିୟଜ ପରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ କିଷାନ ପୁତ୍ର ବୋଲି ସମ୍ବୋଧନ କରି ଶୁଭେଚ୍ଚା ଜଣାଇଥିଲେ । ଏହା ପରେ ଧନଖଡଙ୍କୁ ସବୁ ମହଲରୁ ଶୁଭେଚ୍ଛା ମିଳିଥିଲା । ଜଗଦୀପ ହେଉଛନ୍ତି ଦ୍ୱିତୀୟ ରାଜସ୍ଥାନୀ ଯେ କି ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ । ଏହା ପୂର୍ବରୁ ୨୦୦୨ ରେ ବୌରନ ସିଂ ଶଖାୱତ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲା ।

Get real time updates directly on you device, subscribe now.