fbpx

ଶ୍ରାବଣ ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ:ଜୀବନରେ ମିଳିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା,ଧର୍ମ ଓ ସଂସ୍କୃତି ରହିଛି । ସେହିପରି ସବୁ ପରମ୍ପରାର ଭିନ୍ନ ଭିନ୍ନ ମହତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ଶ୍ରାବଣ ମାସ ପୂର୍ଣ୍ଣିମା ଦିନଟିର ବିଶେଷ ମହତ୍ୱ ରହିଛି । ଏହିଦିନ ମୁଖ୍ୟତଃ ପ୍ରଭୁ ଶିବ ଶଙ୍କରଙ୍କୁ ପୂଜା କରାଯାଏ ।ଏତତ୍ ବ୍ୟତୀତ ଶ୍ରାବଣ ପୂର୍ଣ୍ଣିମା ଦିନ ଏପରି କାମ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଲାଗି ରହିଥାଏ ଏବଂ ଆପଣ ସର୍ବଦା ଖୁସିରେ ରହିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଶ୍ରାବଣ ପୂର୍ଣ୍ଣିମା ଦିନ କଣ କରିବା ଉଚିତ୍ ।

 

ଶ୍ରାବଣ ପୂର୍ଣ୍ଣିମାରେ କରନ୍ତୁ ଏହିସବୁ କାର୍ଯ୍ୟ:

ଶ୍ରାବଣ ପୂର୍ଣ୍ଣିମାରେ ପଢନ୍ତୁ ଶିବ ପୁରାଣ: ଓଡିଆ ସଂସ୍କୃତି ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ଦିନ ଆପଣ ଭଗବାନ ଶିବଙ୍କୁ ପୂଜା କରିବା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଶିବ ପୁରାଣ ପଢିବା ଉଚିତ୍ । ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ଦୁଃଖ, କଷ୍ଟ, ରୋଗ , ଭୟ ଆଦି ଦୂର ହୋଇଥାଏ । ଏଥିସହିତ ଘରକୁ ସୁଖ ସମୃଦ୍ଧି ଫେରିଥାଏ ।

ମହାଦେବଙ୍କୁ କରନ୍ତୁ ଜଳ ଲାଗି: ପୁରାଣ ଶାସ୍ତ୍ର ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ଦିନ ଯେଉଁ ବ୍ୟକ୍ତି ପ୍ରଭୁ ଭୋଳାନାଥଙ୍କୁ ଜଳଲାଗି କରାଇବା ସହ ୧୦୮ ବେଲପତ୍ର ପ୍ରଭୁଙ୍କୁ ଅର୍ପଣ କରାଇଥାନ୍ତି ସେମାନଙ୍କ ଜୀବନରୁ ସମସ୍ତ ବିପଦ ଦୂର ହୋଇଥାଏ । ଏଥିସହିତ ମନରେ ସକରାତ୍ମକ ଭାବନା ଆସିଥାଏ।

ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ବେଲ ପତ୍ର: ହିନ୍ଦୁ ପରମ୍ପରା ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ଦିନ ଯେଉଁ ବ୍ୟକ୍ତି ପ୍ରଭୁ ମହାଦେବଙ୍କୁ ବେଲପତ୍ର ଅର୍ପଣ କରିବା ସମୟରେ ୭ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାଏ ତା ଜୀବନରେ କେବେବି ଧନର ଅଭାବ ହୋଇନଥାଏ । ଏତତ୍ ବ୍ୟତୀତ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଭଲରେ ଭଲରେ ହୋଇଯାଏ ।

ଜପ କରନ୍ତୁ ମହାମୃତ୍ୟୁଞ୍ଜୟ ମନ୍ତ୍ର:ଶିବ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଶ୍ରାବଣ ପୂର୍ଣ୍ଣମା ଦିନ ନିରନ୍ତର ଭାବରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାନ୍ତି ସେମାନଙ୍କ ନିକଟକୁ ଯମରାଜ ବି ଆସିବାକୁ ଭୟ କରିଥାନ୍ତି । ଏଥି ସହିତ ଏହି ମନ୍ତ୍ର ପାଠ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୋଷ ମଧ୍ୟ ଦୂର ହୋଇଥାଏ ।

Get real time updates directly on you device, subscribe now.