fbpx

ଆସିବ ନାହିଁ ୮ମ ବେତନ କମିସନ, ଆପେ ଆପେ ବଢ଼ିବ ଦରମା! କେନ୍ଦ୍ର ସରକାର ଲାଗୁ କରିବେ ‘Automatic Pay Revision System’

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ସରକାର ଅନ୍ୟ ଏକ ଫର୍ମୂଲା ଆପଣାଇ କର୍ମଚାରୀଙ୍କ ସାଲାରୀ ବଢ଼ାଇବା ନେଇ ବିଚାର କରୁଛନ୍ତି । ବର୍ତ୍ତମାନ ସାରା ଦେଶର କର୍ମଚାରୀମାନେ ସପ୍ତମ ବେତନ କମିସନର ଫାଇଦା ଉଠାଉଛନ୍ତି । ତେବେ ଯେଉଁ ଅଙ୍କର ସାଲାରୀ ବଢ଼ିବା ନେଇ ସୁପାରିଶ କରାଯାଇଥିଲା, ତା’ରୁ କମ୍ ଦରମା ମିଳୁଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

୮ମ ବେତନ କମିସନ ଗଠନ ନେଇ କୌଣସି ପ୍ରସ୍ତାବ ଆସୁନଥିବା ନିକଟରେ ସଂସଦର ମୌସୁମୀ ଅଧିବେସନରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ । ତେବେ ଅଷ୍ଟମ ବେତନ କମିସନ ଆସିବ ନାହିଁ ବୋଲି ଏହା ସିଧାସଳଖ ସ୍ପଷ୍ଟ କରୁଛି । ତେଣୁ ଏ ନେଇ କର୍ମଚାରୀ ୟୁନିୟନ ପକ୍ଷରୁ ସ୍ମାରକପତ୍ର ପ୍ରସ୍ତୁତ ହେଉଛି ଓ ଏହା ସରକାରଙ୍କୁ ପ୍ରଦାନ କରାଯିବ । ଏହି ସ୍ମାରକପତ୍ରର ସୁପାରିଶ ଆଧାରୀରେ ୮ମ ବେତନ କମିସନ ଲାଗୁ ହେବା ନେଇ ଦାବି କରାଯିବ । ଦାବି ପୂରଣ ନହେଲେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ହରତାଳ କରାଯିବ ବୋଲି ଅଖିଳ ଭାରତୀୟ ରକ୍ଷା କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ।

ଏକ ବିଶେଷ ରିପୋର୍ଟ ମୁତାବକ, ୭ମ ବେତନ କମିସନ ପରେ ନୂଆ ବେତନ କମିସନ ଆସିବ ନାହିଁ । ସରକାର ଏହା ବଦଳରେ ଏକ ନୂଆ ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ବେତନ ଅଟୋମେଟିକ୍ ବୃଦ୍ଧି ହୋଇଯିବ । ଏହା ଏକ ପ୍ରକାରର ‘ଅଟୋମେଟିକ୍ ପେ ରିଭିଜନ ସିଷ୍ଟମ’, ଯେଉଁଥିରେ କି ୫୦ ପ୍ରତିଶତରୁ ଅଧିକ ଡିଏ ହେବା ପରେ ସାଲାରି ଆପେଆପେ ରିଭିଜନ ହୋଇଯିବ । ଏପରି ହେଲେ ୬୮ ଲକ୍ଷ କର୍ମଚାରୀ ଓ ୫୨ ଲକ୍ଷ ପେନସନଧାରୀ ଉପକୃତ ହେବ । ସରକାର ଏନେଇ ନିଷ୍ପତ୍ତି ନେବା ପରେ ଅଫିସିଆଲି ନୋଟିସ୍ ଜାରି କରାଯିବ ।

Get real time updates directly on you device, subscribe now.