fbpx

ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗ୍‌, ୫ରୁ ୬ ଦଳ ଅଂଶ ଗ୍ରହଣ କରିବାକୁ ଯୋଜନା

ମୁମ୍ବାଇ: ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗର(ମହିଳା ଆଇପିଏଲ) ପ୍ରଥମ ସଂସ୍କରଣ ଆୟୋଜନ କରାଯିବ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏଥିରେ ୫ରୁ ୬ ଦଳ ଅଂଶ ଗ୍ରହଣ କରିବା ଯୋଜନା ତେଣୁ ମହିଳା ଆଇପିଏଲକୁ ଦୃଷ୍ଠିରେ ରଖି ଆମେ ମହିଳା ଘରୋଇ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିଛୁ । ସାଧାରଣତଃ ମହିଳା ଘରୋଇ ପ୍ରତିଯୋଗିତା ନଭେମ୍ବରରୁ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତ ବର୍ଷ ଏଥିରେ ପରିବର୍ତ୍ତନ କରାଯିବା ସହ ଅକ୍ଟୋବର ୧୧ରୁ ମହିଳା ଟି-୨୦ ପ୍ରତିଯୋଗିତା ଆରମ୍ଭ ହୋଇ ୨୦୨୩ ଫେବୃୟାରୀରେ ଆନ୍ତଃ ଜୋନାଲ ଦିନିକିଆ ପ୍ରତିଯୋଗିତା ସହିତ ସମାପ୍ତ କରାଯିବ ।

ଅନ୍ୟ ପକ୍ଷରେ ୨୦୧୮ରୁ ଦୁଇ ଦଳକୁ ନେଇ ମହିଳା ଚାଲେଞ୍ଜ ଟି-୨୦ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ତେବେ ପୁରୁଷ ଆଇପିଏଲର ଚାହିଦା ବଢ଼ିବା ଯୋଗୁ ବର୍ତ୍ତମାନ ଏହା ତିନି ଦଳକୁ ନେଇ ଆୟୋଜନ କରା ଯାଉଛି । ଏଥିରେ ବିଦେଶୀ ମହିଳା ଖେଳାଳି ପ୍ରତିନିଧିତ୍ୱ କରିବା ସୁଯୋଗ ପାଉଛନ୍ତି । ଏହା ଫଳରେ ପୂର୍ବାପେକ୍ଷା ମହିଳା ଟି-୨୦ ଚାଲେଞ୍ଜ ଅଧିକ ଆକର୍ଷଣୀୟ ହୋଇ ପାରୁଛି । ତେଣୁ ଆସନ୍ତା ବର୍ଷ ମହିଳା ଆଇପିଏଲ ଆୟୋଜନ ନେଇ ଗତ ଫେବୃୟାରୀରେ ବିସିସିଆଇ ନିଷ୍ପତ୍ତି ନେଇ ଥିଲା । ଏଥିପାଇଁ ଏକାଧିକ ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରିଛନ୍ତି ।

ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ସାଧାରଣ ବୈଠକରେ ଏହି ପ୍ରସଙ୍ଗ ନେଇ ଆଲୋଚନା କରାଯିବ । ମାତ୍ର ଆସନ୍ତା ମାର୍ଚ୍ଚରେ ଏହା ଆୟୋଜନ କରିବା ପାଇଁ ପ୍ରକୃଷ୍ଠ ସମୟ । ପୁରୁଷ ଲିଗ ପରି ମହିଳା ପ୍ରିମିୟା ଲିଗ ବିଶ୍ୱରେ ନିଶ୍ଚିତ ଲୋକ ପ୍ରିୟ ହେବ । ଏହା ସହିତ ମହିଳା କ୍ରିକେଟର ଯଥେଷ୍ଟ ଉନ୍ନତି ପାଇଁ ଏହି ପ୍ରତିଯୋଗିତା ନୂଆ ଦିଗ ସୃଷ୍ଟି କରିବ ବୋଲି ଗାଙ୍ଗୁଲି କହିଛନ୍ତି ।

Get real time updates directly on you device, subscribe now.