fbpx

ସ୍ୱାଧୀନତା ଦିବସ ପୂର୍ବରୁ ସ୍ପେସରୁ ଆସିଲା ବର୍ତ୍ତା, ଦେଖନ୍ତୁ ଏହି ଭିିଡିଓ…

ନୂଆଦିଲ୍ଲୀ: ଭାରତ ବହୁ କଷ୍ଟରେ ସ୍ୱାଧୀନତା ପାଇଛି । ଏଥିରେ କାହିଁ କେତେ ଯେ ବୀର ସୈନକ ମାନଙ୍କ ଲୁହ ଲହୁ ଉଭୟ ବଳି ପାଇଛି । ତେବେ ଦେଶ ଏହା ଭିତରେ ତାର ୭୫ ବର୍ଷ ପୂର୍ତ୍ତି କରୁଛି । ଏହି ଅବସରେ ସ୍ୱେସରୁ ଆସିଛି ବାର୍ତ୍ତା । ମହାକାଶଚାରୀ ସାମନ୍ତା କ୍ରିଷ୍ଟୋଫୋରେଟି ମହାକାଶରୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଇସ୍ରୋର ‘ଗଗନୟାନ ଅଭିଯାନ’ ମାଧ୍ୟମରେ ଭାରତର ପ୍ରଥମ ମାନବ ମହାକାଶ ମିଶନ ଯାହା ୨୦୨୩ ରେ ହେବାକୁ ଯାଉଛି ତାହା ଉପରେ ଶୁଭେଚ୍ଚା ଜଣାଇଛନ୍ତି । ଏହା ସହ ଆଇଏସଏ,ନାସା ଏବଂ ସମସ୍ତ ଆନ୍ତର୍ଜାତୀୟ ଅଂଶୀଦାରଙ୍କ ତରଫରୁ , ମୁଁ ଇସ୍ରୋକୁ ଶୁଭେଚ୍ଛା ଜଣାଉଛି ବୋଲି ସେ ଭିଡିଓରେ ପ୍ରକାଶ କରିଛନ୍ତି ।ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଭାବେ ବୋଲାଉଥିବା ବିକ୍ରମ ସାରାଭାଇଙ୍କ ଜନ୍ମ ବାର୍ଷିକୀରେ ଯୁକ୍ତରାଷ୍ଟ୍ରରେ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଙ୍କ ଦ୍ୱାରା ସେୟାର କରାଯାଇଛି ।

ସୂଚନାମୁତାବକ ‘ଗଗନୟାନ ଅଭିଯାନ’ ପାଇଁ ପ୍ରସ୍ତୁତି ସମ୍ପୁର୍ଣ୍ଣ ହୋଇଛି , ଏବଂ ଆସନ୍ତାବର୍ଷ ଭାରତୀୟ ମହାକାଶଚାରୀ ମାନେ ମହାକାଶକୁ ଯିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତମାସରେ ସୂଚନା ଦେଇ କହିଛନ୍ତି । ୨୦୨୩ ରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ ।
‘ଗଗନୟାନ ଅଭିଯାନ’ ଦ୍ୱାରା ଭାରତ ଆମରେିକା,ଋଷିଆ ଏବଂ ଚୀନ ପରେ ମାନବ ସ୍ପେସ ଫ୍ଲାଇଟ ମିଶନ ଆରମ୍ଭ କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.