fbpx

ବଢ଼ାଇବାକୁ ଚାହୁଛନ୍ତି ଦୃଷ୍ଟି ଶକ୍ତି ? ଆପଣାନ୍ତୁ ଏହି ଟିପ୍ସ…

ଆଜିର ସମୟରେ ପ୍ରଦୂଷଣ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆଖି ସମସ୍ୟା ସାମ୍ନା କରିବାକୁ ପଡ଼ୁଛି । ଅନେକ ଲୋକ ଦିନସାରା କମ୍ପ୍ୟୁଟରରେ କାମ କରୁଛନ୍ତି ଏବଂ ଏହା ଯୋଗୁଁ ସେମାନଙ୍କ ଆଖିରେ ଦୁର୍ବଳ ହୋଇଯାଉଛି । ଆଜିର ସମୟରେ କମ୍ ବୟସରେ ଆଖିର ଦୃଷ୍ଟି ଶକ୍ତି ଦୁର୍ବଳ ହେବା, ମୋତିଆବିନ୍ଦୁ, ମ୍ୟାକୁଲାର ଡିଜନରେଶନ, ଆଖି ଶୁଖିଲା ଏବଂ ଲାଲ୍, ଆଖି ପୋଡ଼ିବା, ପାଣି ବାହାରିବା ଭଳି ସମସ୍ୟା ଦେଖାଯାଉଛି । ଏହି କାରଣରୁ ଆଖିର ଉଚିତ୍ ଯତ୍ନ ନେବା ବହୁତ ଜରୁରୀ ଅଟେ । ତେବେ ଆଜି ଆମେ ଜାଣିବା କିଛି ଟିପ୍ସ ବିଷୟରେ, ଯାହା ଆଖିର ଯତ୍ନନେବା ପାଇଁ ଲାଭଦାୟକ ହୋଇପାରେ ।

ଗୋଲାପ ଜଳ: ଆଖି ପୋଡ଼ୁଥିଲେ ଗୋଲାପ ଜଳ ବ୍ୟବହାର ଦ୍ୱାରା ଆଶ୍ୱସ୍ତି ମିଳିଥାଏ ଏବଂ ଆଖିକୁ ଥଣ୍ଡା ରଖିଥାଏ ବା ଆରାମ ପ୍ରଦାନ କରିଥାଏ ।

ଘିଅ: ଗାଈ ଘିଅ ଖାଇବା କିମ୍ବା ଆଖିରେ ଘିଅ ପକାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ ।

କାଜଲ: ରାତିରେ ଶୋଇବା ପୂର୍ବରୁ କାଜଲ ଲଗାଇଲେ ମଧ୍ୟ ଏହା ଆପଣଙ୍କ ଲାଭଦାୟକ ହୋଇଥାଏ ।

ଚାଲିବା: ଚାଲିବା ସମୟରେ ଆମେ ଆମ ଗୋଡ଼ର ଅନ୍ୟ ଆଙ୍ଗୁଠି ଅପେକ୍ଷଶ ଦ୍ୱିତୀୟ ଏବଂ ତୃତୀୟ ଆଙ୍ଗୁଠି ଉପରେ ସବୁଠୁ ଅଧିକ ଚାପ ପକାଇଥାନ୍ତି । ପ୍ରକୃତରେ ଏହି ଦୁଇ ଆଙ୍ଗୁଠିରେ ସବୁଠୁ ଅଧିକ ସ୍ନାୟ ଶେଷ ହୋଇଥାଏ, ଯାହା ଆପଣଙ୍କୁ କାମ କରିବାରେ ଉତ୍ତେଜିତ କରିଥାନ୍ତି ଏବଂ ଦୃଷ୍ଟିଶକ୍ତିରେ ସୁଧାର କରିଥାନ୍ତି । ତେଣୁ ଚାଲିବା ମଧ୍ୟ ଏକ ଭଲ ଉପାୟ ।

ଆଖିର ବ୍ୟାୟାମ: ପ୍ରତିଦିନ ସର୍ବନିମ୍ନ ୧୦ ମିନିଟ୍ ଡାହାଣ-ବାମ ଏବଂ ଉପର-ତଳ ଏବଂ ଗୋଲ-ଗୋଲ ବୁଲାନ୍ତୁ ଏହାଦ୍ୱାରା ମଧ୍ୟ ଲାଭ ମିଳିଥାଏ ।

Get real time updates directly on you device, subscribe now.