fbpx

କେବେ ଖୋଜା ଯାଇଥିଲା ଭାରତ? ଜାଣନ୍ତୁ ଦେଶ ଆବିର୍ଭାବର ରହସ୍ୟ..

ଭାରତ ଭଳି ମହାନ ଦେଶକୁ କିଏ ଏବଂ କେମିତି ଖୋଜିଥିଲେ? ଏ ପ୍ରଶ୍ନ ପ୍ରାୟ ସବୁ ଦେଶବାସୀଙ୍କ ମନରେ ବସରା ବାନ୍ଧି ରହିଥିବ । କିନ୍ତୁ ବହୁତ କମ୍ ଲୋକଙ୍କ ପାଖରେ ଏହାର ଉତ୍ତର ମିଳିପାରେ । ଭାରତର ଇତିଆସ କେତେଯେ ରହସ୍ୟରେ ଭରି ରହିଛି ତାହା ବିଚାରକୁ ଆଣିବା ସମ୍ଭବ ନୁହେଁ । ଭାରତ ହେଉଛି ଏକ ସର୍ବପୁରାତନ ଦେଶ । ଯିଏ ନିଜର ବିତି ଯାଇଥିବା ବର୍ଷରେ ବିଭିନ୍ନ କ୍ଷେତ୍ରରେ ଆଗରେ ରହିଛି । ଯେଉଁଥିପାଇଁ ସବୁବେଳେ ଭାରତ ଉପରେ ଲୋକଙ୍କର ଖରାପ ନଜର ରହିଆସିଛି । କିନ୍ତୁ କେହିବି ଭାରତକୁ ଅକ୍ତିଆର କରିବାରେ ସଫଳ ହୋଇପାରି ନାହାଁନ୍ତି ।

ବ୍ୟବସାୟ ପାଇଁ ଭାରତକୁ ପ୍ରବେଶ କରିବାକୁ ଚାହୁଁଥିଲା ୟୁରୋପ । କିନ୍ତୁ ଭାରତର ହିମାଳୟ ଏବଂ ୩ପଟୁ ଘେରି ରହିଥିବା ସମୁଦ୍ରକୁ ପାର କରି ଭାରତରେ ପହଞ୍ଚିବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ୟୁରୋପ ପାଖରେ ଭାରତ ପହଞ୍ଚିବା ପାଇଁ ୩ଟି ବିପଦପୂର୍ଣ୍ଣ ରାସ୍ତା ଥିଲା । ତେବେ ୟୁରୋପୀୟ ମାନଙ୍କୁ ଏମିତି ଏକ ରାସ୍ତାର ଆବଶ୍ୟକତା ଥିଲା ଯେଉଁ ରାସ୍ତା ଭାରତକୁ ଅତି କମ ସମୟରେ ପହଞ୍ଚାଇ ପାରୁଥିବ । ଏଭଳି ରାସ୍ତା କେବଳ ସମୁଦ୍ର ଦେଇ ହିଁ ସମ୍ଭବ ଥିଲା । ଯାହାକୁ ଭାସ୍କୋଡିଗାମା ଖୋଜିବା ପାଇଁ ସପଥ ନେଇଥିଲେ । ଏବଂ ଏହି ଐତିହାସିକ ସନ୍ଧାନରେ ବାହାରି ପଡ଼ିଥିଲେ ।

୮ ଜୁଲାଇ ୧୪୯୭ରେ ଭାସ୍କୋଡ଼ିଗାମା ତାଙ୍କ ସହଯୋଗୀଙ୍କ ସହ ଭାରତକୁ ଥିବା ସମୁଦ୍ର ରାସ୍ତା ଖୋଜିବା ଆରମ୍ଭ କରିଥିଲେ । ତାଙ୍କ ଜାହାଜରେ ୪ ହଜାର ୧୭୦ ଜଣିଆ ଦଳ ଥିଲା । ପ୍ରଥମେ ସେ ଆଫ୍ରିକାର କ୍ୟାପ ଅଫ୍ ଗୁଡ ହୋମ ସ୍ଥାନରେ ଯାଇ ପହଞ୍ଚିଥିଲା । ଏହାପରେ ଆଫ୍ରିକାର ଏକ ସ୍ଥାନ ମୋସମ୍ବା ଆସିଥିଲେ । ଯେଉଁଠାରେ ରାଜା ତାଙ୍କୁ ସାହାଯ୍ୟ କରିଥିଲେ । ଆଉ ତାଙ୍କୁ ଭାରତକୁ ରାସ୍ତା ଜାଣିଥିବା ଏକ ଆରବ ନାବିକ ଦେଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଭାସ୍କୋଡିଗାମା ଭାରତ କେବେ ଆସିଥିଲେ । ଆଫ୍ରିକା ଦ୍ୱୀପ ଭ୍ରମଣ କରି ଭାରତର କାଲିକଟ ବନ୍ଦର କେରଳରେ ଯାଇ ପହଞ୍ଚିଥିଲେ ଭାସ୍କୋଡିଗାମା । ୨୦ ମେ ୧୪୯୮ ତାରିଖରେ ଭାସ୍କୋଡିଗାମା କାଲିକଟ ବନ୍ଦରରେ ରେ ଯାଇ ପହଞ୍ଚିଥିଲେ । ଏହି ରାସ୍ତା ଖୋଜିବାକୁ ଭାସ୍କୋଡିଗାମାଙ୍କୁ ୧୦ ମାସ ସମୟ ଲାଗିଥିଲା ।

ତେବେ ଭାରତର ଅନୁସନ୍ଧାନ କେବେ ହୋଇଥିଲା ଏହା ଏକ ବେକାର ପ୍ରଶ୍ନ । କାରଣ ଭାରତ କାହା ଅନୁସନ୍ଧାନ ପ୍ରତି ଆଗ୍ରହି ନୁହେଁ । ଏହି ଦେଶର ଇତିିହାସ ଲକ୍ଷ ନୁହେଁ କୋଟି କୋଟି ବର୍ଷ ପୁରୁଣା । ତେଣୁ ଏହି ପ୍ରଶ୍ନ ପଚାରିବା କିମ୍ବା ଏହାର ଉତ୍ତର ଖୋଜିବା ଏକପ୍ରକାର ପାଗଳାମୀ ହିଁ ହୋଇପାରେ ।

Get real time updates directly on you device, subscribe now.