fbpx

(Video) ଟ୍ୟୁ ଧରି ଗାଧୋଉବା ପଡିଲା ମହଙ୍ଗା: ବନ୍ୟା ସ୍ରୋତରେ ଭାସିଗଲେ ୫ ଯୁବକ, ଜଣେ ମୃତ

ଆଠଗଡ଼: ଟ୍ୟୁବ ଧରି ଗାଧୋଉଥିବା ବେଳେ ଭାସିଗଲେ ୫ ଜଣ ଯୁବକ । ବନ୍ୟା ସ୍ରୋତରେ ଭାସିଗଲେ ୫ ଜଣ । ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଆଠଗଡ଼ ବ୍ଲକ୍ ମଞ୍ଚେଶ୍ୱର ପଞ୍ଚାୟତ ବ୍ରାହ୍ମଣ ବସ୍ତ ଗାଁରେ ଦେଖିବାକୁ ମିଳିଛି।

ତେବେ ଜଳସ୍ତର ବଢିବା ଯୋଗୁଁ ଗାଁକୁ ବନ୍ୟାପାଣି ମାଡ଼ି ଆସିଥିଲା । ପୁରା ଅଞ୍ଚଳ ଏବେ ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଗାଁ ଭିତରକୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣି । ଆଉ ଏହି ପାଣିରେ ଟ୍ୟୁ ଧରି ଗାଧୋଇବାକୁ ବାହାରି ଥିଲେ ୫ ଜଣ ଯୁବକ । ବନ୍ୟାର ମଜା ନେବା ପାଇଁ ଟ୍ୟୁରେ ଗାଧୋଇ ମଜା ନେଉଥିଲେ । ହେଲେ ସେହି ୫ ଜଣଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ଧିରେ ଧିରେ ୫ ଜଣ ଯାକ ଯାଇ ନଦୀର ସୁଅର ଭାସିଯାଇଥିଲେ । ନିଜକୁ ଆଉ ଅଟକାଇ ପାରିନଥିଲେ । ତେବେ ୫ ଜଣ ବଞ୍ଚାଇବା ପାଇଁ ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ ।

ଗାଁଲୋକମାନେ ୫ ଜଣଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇଯାଇଥିଲେ । ସେଠାରେ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ମୃତକଙ୍କ ନାମ ହେଉଛି ପ୍ରଦ୍ୟୁମ୍ନ ରାଉତ । ତାଙ୍କୁ ୧୮ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଆଠଗଡ଼ ଉପଖଣ୍ଡର ମୋଟ୍ ୫୨ ପଞ୍ଚାୟତର ୨୩୫ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ୨୦୧୪ ପରେ ଏହା ହେଉଛି ମହାନଦୀର ସବୁଠାରୁ ବଡ ବନ୍ୟା। ପ୍ରଶାସନର ତଥ୍ୟ ଅନୁସାରେ ଆଠଗଡ଼ ଉପଖଣ୍ଡର ଆଠଗଡ଼ ବଡମ୍ବା ତିଗିରିଆ ନରସିଂହପୁର ବ୍ଲକରେ ୫୨ଟି ପଞ୍ଚାୟତ ସହିତ ୨୩୫ଟି ଗାଁ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି। ଏଥି ସହିତ ୫୦ ହଜାର ୬୬୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଆଠଗଡ ବ୍ଲକର ୧୭ ଟି ଗ୍ରାମ ପଞ୍ଚାୟତ ୫୮ ଟି ଗାଁର ୭ ହଜାର ୫ ଶହ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮୩୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ୮ ଟି ସ୍ଥାନରେ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଉଛି।

Get real time updates directly on you device, subscribe now.