fbpx

ଏମିତି ବି ଆସେ ମୃତ୍ୟୁ ! ଫୁଟବଲ୍‌ ଖେଳିବା ସମୟରେ ଆହାତ ହେଲେ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ୧୪ ବର୍ଷୀୟ ଖେଳାଳି

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଏମିତି ବି ମୃତ୍ୟୁ ଆସେ । ଫୁଟବଲ୍‌ ଖେଳିବା ସମୟରେ ଆହାତ ହେଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ ଖେଳାଳି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ଠାରେ । ରେଲିକୁମ୍ଭା ଗାଁର ୧୪ ବର୍ଷୀୟ ଫୁଟବଲ ଖେଳାଳି ଧାନ ଜାନି ଆହାତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହି ମର୍ମନ୍ତୁଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ମସ୍ତିୁଟ ଗାଁରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ମସ୍ତିୁଟ ଓ ରେଲିକୁମ୍ଭା ଦଳ ମଧ୍ୟରେ ମ୍ୟାଚ ଖେଳା ଯାଉଥିଲା । ତେବେ ବିପକ୍ଷ ଦଳକୁ ଗୋଲ୍‌ ଦେବା ପାଇଁ ଉଭୟ ଦଳ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥିଲା । ତେବେ ବିପକ୍ଷ ଦଳକୁ ଗୋଲ ଦେବାକୁ ବଲ୍‌ ଧରି ଯାଉଥିବା ଧାନ ଜାନିଙ୍କୁ ପ୍ରତିପକ୍ଷ ଦଳର ଖେଳାଳିମାନେ ପ୍ରତିରୋଧ କରିଥିଲେ । ଏହି ସମୟରେ କୌଣସି ଖେଳାଳିଙ୍କ ଗୋଡ ଧାନ ଜାନିଙ୍କ ପେଟରେ ବାଜିବାରୁ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.