fbpx

ବଢିଲା +୨ ନାମଲେଖା ଅବଧି: ଏହି ତାରିଖ ପର୍ଯ୍ୟନ୍ତ ହେବ ଆଡମିଶନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଏବଂ ବନ୍ୟାର ପ୍ରଭାବ ପିଲାମାନଙ୍କ ନାମଲେଖା ପ୍ରକ୍ରିୟାରେ ମଧ୍ୟ ଦେଖିବାକୁ ମିଳିଛି । ଯୁକ୍ତ ୨ ପିଲାମାନଙ୍କ ନାମଲେଖା ଅବଧିରେ ହୋଇଛି ପରିବର୍ତ୍ତନ । +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି । ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟା ଏବେ ଅଗଷ୍ଟ ୩୦କୁ ପରିବର୍ତ୍ତନ ହୋଇଛି । ତେବେ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଏବଂ ଏଥିପାଇଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି +୨ ପିଲାଙ୍କ ନାମଲେଖା ସମୟସୀମାରେ ବୃଦ୍ଧି କରିଛନ୍ତି । ପୂର୍ବରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବାକୁ ଥିବା ବେଳେ ଏବେ ଏହା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ସେହିପରି ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.