fbpx

ଏନ୍‌ଡିଏରେ ସାମିଲ ହୁଅନ୍ତୁ ନବୀନ: କେନ୍ଦ୍ରମନ୍ତ୍ରୀ, ଓଡ଼ିଶାକୁ ଅଧିକ ବଜେଟ୍ ଦେବେ ମୋଦୀ ସରକାର

ନୁଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟସଭାରେ ଅନେକ ବିଲ୍ ପାସ୍ କରିବା ସମୟରେ ଏନ୍‌ଡିଏକୁ ସହଯୋଗ କରୁଛି ବିଜେଡି। ୨୦୨୪ ନିର୍ବାଚନ ବେଳେ ଏନ୍‌ଡିଏ ସହ ଯୋଡ଼ି ହେଲେ ବହୁତ୍ ଲାଭ ହେବ। ଆଉ ମୋଦୀ ସରକାର ଓଡ଼ିଶାକୁ ଅଧିକ ବଜେଟ୍ ଦେବେ। ଆଜି ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ।

ଏନ୍‌ଡିଏରେ ସାମିଲ ହେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ନବୀନ ସାମିଲ ହେଲେ ୨୦୨୪ରେ ଏନ୍‌ଡିଏ ଏହାର ପୁର୍ବ ରେକର୍ଡକୁ ଭାଙ୍ଗିବ। ଦଳ ୩୫୦ରୁ ଉର୍ଦ୍ଧ ଆସନରେ ବିଜୟ ଲାଭ କରି କ୍ଷମତାରେ ରହିବ। ତେବେ ନିକଟରେ ନିତିଶ ଏନ୍‌ଡି ଛାଡ଼ିଥିବା ବେଳେ ଏନ୍‌ଡିଏ ତାଙ୍କୁ ଛାଡ଼ିନି ବୋଲି ଆଠୱଲେ କହିଛନ୍ତି। ତେଣୁ ୨୦୨୪ ବେଳକୁ ସେ ପୁଣି ଏନଡିଏକୁ ଫେରିପାରନ୍ତି।

ତେବେ ପୁର୍ବରୁ ମଧ୍ୟ ରାମଦାସ ଆଠୱଲେ ନବୀନଙ୍କୁ ଏନ୍‌ଡିଏ ସହିତ ସାମିଲ ହେବାକୁ କହିଥିଲେ। ଏହା ଦ୍ୱାରା ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରଥାମିକତା ଦେବେ ଏବଂ ରାଜ୍ୟକୁ ବଜେଟ୍ ପରିମାଣ ବଢିବ ବୋଲି ଆଠୱଲେ କହିଥିଲେ।

Get real time updates directly on you device, subscribe now.