ନୂଆଦିଲ୍ଲୀ: ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହାଁନ୍ତି, ତେବେ ଧୀର ଚାଲିବା ପରିବର୍ତ୍ତେ ବଡ଼ ଜୋର୍ରେ ଚାଲନ୍ତୁ, ଏହା ପେଟର ଚର୍ବିକୁ ଶୀଘ୍ର କମାଇବ । ସାଧାରଣତଃ ସମସ୍ତେ ବଡ଼ ଜୋର୍ରେ ଚାଲିବାରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଆରମ୍ଭ ଧୀର ଚାଲିବାରୁ କରନ୍ତୁ ଏବଂ ପରେ ଧୀରେ ଧୀରେ ବେଗ ବଢାନ୍ତୁ ।
ଯଦି ନିୟମିତ ଆପଣ ବଡ଼ ଜୋର୍ରେ ଚାଲନ୍ତି, ତେବେ ଶରୀରର ଚର୍ବି ଏବଂ ଅନାବଶ୍ୟକ କୋଲେଷ୍ଟ୍ରଲ ଶୀଘ୍ର କମିଯାଏ । ସକାଳ ଚାଲିବା ସମୟରେ ଅଣ୍ଟାକୁ ସିଧା ରଖି ଚାଲନ୍ତୁ, ନଚେତ୍ ଶରୀରରେ ଏକ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ବିଶ୍ରାମ ନେବାକୁ ଚାହୁଁଛନ୍ତି, ତେବେ ଅତି କମରେ ୧୫ ମିନିଟ୍ ବଡ଼ ଜୋର୍ରେ ଚାଲିବା ପରେ ବିଶ୍ରାମ ନିଅନ୍ତୁ । ଯଦି ଆପଣ ଓଜନ ହ୍ରାସ କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳେ ଅତି କମରେ ୩୦ ମିନିଟ୍? ବଡ଼ ଜୋର୍ରେ ଚାଲନ୍ତୁ ।