fbpx

ଲକ୍-ଡାଉନ୍ ବଢାଇବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ ।୪: କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନକୁ ବଢାଇପାରନ୍ତି କେନ୍ଦ୍ର ସରକାର । ଏଏନଆଇ ଅନୁସାରେ ଲକ୍-ଡାଉନ ଉପରେ ବିଚାର କରିବାକୁ ବହୁ ରାଜ୍ୟ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରୁଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ଏହି ପ୍ରସଙ୍ଗରେ ବିଚାର କରୁଛନ୍ତି କେନ୍ଦ୍ର ସରକାର ।

ତେବେ କରୋନା ଯୋଗୁଁ ଦେଶରେ ୨୧ ଦିନ ପାଇଁ ଲକ୍-ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯାହାକି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । କିନ୍ତୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୪୪୮୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.