fbpx

ବଢୁଥିବା ପେଟ୍ରୋଲ-ଡିଜେଲ ଦରକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଶୁଣି ଆପଣ ମଧ୍ୟ ଖୁସି ହୋଇଯିବେ

ନୁଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦରକୁ ନେଇ ସାଧାରଣ ଜନତା ଚିନ୍ତାରେ ଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ପେଟ୍ରୋଲ-ଡିଜେଲ ଏବଂ ଇନ୍ଧନ ଗ୍ୟାସ୍ ଉପରେ ପ୍ରତି ୧୫ ଦିନରେ ଥରେ ସମିକ୍ଷା କେରାଯିବ ବୋଲି କହିଛନ୍ତି। ଆନ୍ତର୍ଜାତୀୟ ବଜାରରେ ନିରନ୍ତର ଅଶୋଧିତ ତୈଳ ଦର ହ୍ରାସ ବୃଦ୍ଧି ପାଉଥିବାରୁ ସରକାର ଏହି ନିଷ୍ପତି ନେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବେଲଗାମ ହୋଇସାରିଛି। ତେବେ ସରକାର ରପ୍ତାନୀକୁ ରୋକିବାକୁ ଚାହୁଁ ନାହାନ୍ତି, କିନ୍ତୁ ଦେଶରେ ତେଲର ଉପଲବ୍ଧିତାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ନିଷ୍ପତି ନେବେ। ଗତ ଶୁକ୍ରବାର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନୀ ଉପରେ କର ଲଗାଇବାକୁ ନିଷ୍ପତି ନେଇଥିଲେ। ସରକାର ପେଟ୍ରୋଲ ଏବଂ ବିମାନ ଇନ୍ଧନ ଉପରେ ଲିଟର ପ୍ରତି ୬ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା କର ଲଗାଇ ଥିଲେ।

ଏହା ସହିତ ଦେଶରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଉପରେ ମଧ୍ୟ କର ଲଗାଇଛନ୍ତି ସରକାର। ଘରୋଇ ସ୍ଥରରେ ଉତ୍ପାଦନ ଉପରେ ସରକାର ୨୩.୨୫୦ ଟଙ୍କା ପ୍ରତି ଲିଟ କର ଲଗାଇଛନ୍ତି। ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ ନୂତନ ଟିକସ SEZ ୟୁନିଟ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ କିନ୍ତୁ ସେମାନଙ୍କ ରପ୍ତାନିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହା ସହିତ ଟଙ୍କା ହ୍ରାସ ପାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଆମଦାନୀ ଉପରେ ଟଙ୍କା ମୂଲ୍ୟର ପ୍ରଭାବ ବିଷୟରେ ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି।

 

Get real time updates directly on you device, subscribe now.