fbpx

ଅଦାନୀ ଗ୍ରୁପ ଅଂଶଧନ କିଣିବା ପରେ NDTVର ସେୟାର ଉପରମୁହାଁ, ଏତିକି ବଢିଲାଣି ମୂଲ୍ୟ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଦ୍ଵାରା ଏନଡିଟିଭିର ଅଧିଗ୍ରହଣ ପ୍ରସ୍ତୁତି ମଧ୍ୟରେ ଏନଡିଟିଭିର ସେୟାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ଏନଡିଟିଭିର ସେୟାର ଉପରମୁହାଁ ହେବାରେ ଲାଗିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ ଏହାର ରେଟ୍ ସେୟାର ପିଛା ୨୮୮.୨୦ ଟଙ୍କାରେ ପହଞ୍ଚିଛି। ଉଲ୍ଲେଯୋଗ୍ୟ ମଙ୍ଗଳବାର ଏନଡିଟିଭିର ସେୟାର ବିଏସଇରେ ୨.୬୧ ପ୍ରତିଶତ ବୃଦ୍ଧି ସହିତ ୩୬୬.୨୦ ଟଙ୍କାରେ ବନ୍ଦ ହୋଇଥିଲା। କମ୍ପାନୀର ସେୟାରରେ ଚଳିତ ବର୍ଷ ଅଦ୍ୟାବଧି ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ସୂଚନାଯୋଗ୍ୟ, ଅଦାନୀ ଗ୍ରୁପ ଗତ କିଛି ମାସରେ ମିଡିଆ ଜଗତରେ ପ୍ରବେଶ କରିବାକୁ ଚାହୁଁଥିଲା। ଗତ ବର୍ଷ ଡିସେମ୍ବରରେ ଅଦାନୀ ଗ୍ରୁପ ନିଜ ମିଡିଆ କମ୍ପାନୀ ଅଦାନୀ ମିଡିଆ ବେଞ୍ଚର୍ସର ନେତୃତ୍ଵ ପାଇଁ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପୁଗଲିଆଙ୍କୁ ନିଯୁକ୍ତି କରିଥିଲା। ଏଏମଜି ମିଡିଆ ନେଟଓ୍ଵର୍କର ମୁଖ୍ୟ କାର‌୍ୟ୍ୟକାରୀ ଅଧିକରୀ(ସିଇଓ) ସଞ୍ଜୟ ପୁଗଲିଆ କହିଛନ୍ତି, ଏହି ଅଧିଗ୍ରହଣ ନୂତନ ଜମାନାର ମିଡିଆର ମାର୍ଗ ପ୍ରଶସ୍ତ କରିବ।

ମଙ୍ଗଳବାର ସନ୍ଧ୍ୟାରେ ଅଦାନୀ ଗ୍ରୁପ ସେୟାର ବଜାରକୁ ସୂଚିତ କରାଇଥିଲା ଯେ, ଅଦାନୀ ମିଡିଆ ବେଞ୍ଚର୍ସ ଲିମିଟେଡ୍(ଏଏମଭିଏଲ) ଏନଡିଟିଭିରେ ୨୯ ପ୍ରତିଶତରୁ ଅଧିକ ଅଂଶଧନ କିଣିଛି। ଗ୍ରୁପ ଏହା ମଧ୍ୟ କହିଛି ଏନଡିଟିଭିର ଅତିରିକ୍ତ ୨୬ ପ୍ରତିଶତ ଅଂଶଧନ ପାଇଁ ଓପନ ଅଫର ପ୍ରସ୍ତାବ ଦିଆଯିବ। ଏହି ବିଷୟରେ କମ୍ପାନୀ ବିସ୍ତୃତ ଭାବେ ସୂଚନା ଦେଇଛି।

ଅଦାନୀ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ ପରୋକ୍ଷ ଭାବେ ବିଶଭପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ (ଭିସିପିଏଲ) ମାଧ୍ୟମରେ କିଣିଛି। ଭିସିପିଏଲ ଏଏମଜି ମେଡ଼ିଆ ନେଟୱାର୍କ ଲିମିଟେଡ) (ଏଏମଏନଏଲ)ର ଏକ ଶାଖା ହୋଇଥିବା ବେଳେ ଏଏମଏନଏଲ ଅଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ (ଏଇଏଲ) ଦ୍ୱାରା ପରିଚାଳିତ ହେଉଛି ।

ଏନଡିଟିଭି ଦ୍ୱାରା ଏନଡିଟିଭି ୨୪.୭, ଏନଡିଟିଭି ଇଣ୍ଡିଆ, ଏନଟି ଟିଭି ପ୍ରଫିଟ ନାମରେ ୩ଟି ଜାତୀୟ ନ୍ୟୁଜ୍ ଚାନେଲ ପରିଚାଳିତ ହେଉଛି । ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀ ୪୨୧ କୋଟି ଟଙ୍କାର ରାଜସ୍ୱ ରେକର୍ଡ କରିଛି । ଆର୍ଥିକ ବର୍ଷରେ କମ୍ପାନୀର ନେଟ୍ ପ୍ରଫିଟ ୮୫ କୋଟି ରହିଛି ।

Get real time updates directly on you device, subscribe now.