fbpx

ହାତର ଏହି ଚିହ୍ନ ହୋଇଥାଏ ରାଜଭୋଗର ପ୍ରତୀକ: ଆପଣଙ୍କ ଭାଗ୍ୟରେ ଅଛି କି ଏହି ସଂଯୋଗ ?

ହାତ ରେଖା ଜଣେ ବ୍ୟକ୍ତିଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ହସ୍ତଶାସ୍ତ୍ରରେ କୁହାଯାଇଛି । ତେବେ ହାତରେ ରେଖା ବ୍ୟତୀତ କିଛି ଖାସ ଚିହ୍ନ ମଧ୍ୟ ରହିଥାଏ । ଏମାନଙ୍କ ମଧ୍ୟରୁ କିଛି ରେଖା ଏବଂ ଚିହ୍ନ ଖୁବ ଭାଗ୍ୟଶାଳୀ ବୋଲି ବିଶ୍ୱାସ ରହିଛି । ତେବେ ଅନେକ ଲୋକଙ୍କ ହାତରେ ଏପରି ଏକ ରେଖା ଥାଏ ଯାହା ଆପଣଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବାର ସଂକେତ ଦେଇଥାଏ । ଆପଣଙ୍କ ଜୀବନରେ ରାଜଭୋଗ ସଂଯୋଗ ଅଛି କି ନାହିଁ, ସେ ନେଇ ସଂକେତ ଦେଇଥାଏ ଏହି ରେଖା । ଏହି ଚିହ୍ନକୁ ‘ମିଷ୍ଟିକ କ୍ରସ’ ବୋଲି କୁହାଯାଏ ।

ହାତର ମସ୍ତିସ୍କ ଏବଂ ହୃଦୟର ରେଖା ମଝିରେ ଥିବା ଦୂରତା ଭିତରେ ରେଖାମାନଙ୍କର ଏକ କ୍ରସ ଦେଖାଯାଇଥାଏ । ଏହାକୁ ହିଁ ‘ମିଷ୍ଟିକ କ୍ରସ’ ବୋଲି କୁହାଯାଏ । ଯେଉଁମାନଙ୍କ ହାତରେ ଏହି କ୍ରସ ଥାଏ, ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଯାହା ବି ଚାହାଁନ୍ତି, ସେମାନେ ହାସଲ କରି ପାରନ୍ତି । ଏମାନଙ୍କୁ ଜୀବନରେ ଖୁବ ଉଚ୍ଚ ସ୍ଥାନ ପ୍ରାପ୍ତି ହୋଇଥାଏ ।

ମିଷ୍ଟିକ କ୍ରସ ଥିବା ଲୋକମାନେ ପ୍ରାୟତଃ ଧାର୍ମି ହୋଇଥାନ୍ତି । ଏମାନେ ପ୍ରତ୍ୟେକ କତା ଅନ୍ୟମାନଙ୍କ ସହ ସେୟାର କରିଥାନ୍ତି । ଏହାସହିତ ସାହାଯ୍ୟ କରିବାରେ ଏମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବୋଲି ହସ୍ତଶାସ୍ତ୍ର କହୁଛି । ପ୍ରତ୍ୟେକ ସମୟରେ ଲୋକମାନଙ୍କ ସୁଖ-ଦୁଃଖରେ ଠିଆ ହେଉଥିବା ବେଳେ ଏମାନଙ୍କ ପାଇଁ କେବେ କାହାକୁ ଅସୁବିଧା ହୋଇନଥାଏ ଏବଂ ଅନ୍ୟ କାହା କାମରେ ବାଧା ସୃଷ୍ଟି କରିବାକୁ ଏମାନେ ଘୃଣା କରନ୍ତି । ଏହିସବୁ ଗୁଣ ପାଇଁ ଏଭଳି ବ୍ୟକ୍ତିମାନେ ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ମିଷ୍ଟିକ କ୍ରସ ଥିବା ଲୋକମାନଙ୍କୁ କେବେ ଟଙ୍କା ପାଇଁ ଅସୁବିଧାର ସାମନା କରିବାକୁ ପଡିନଥାଏ । ଏମାନଙ୍କ ଆର୍ଥିକ ସ୍ଥିତି ସର୍ବଦା ମଜବୁତ ରହିଥାଏ । ଏହି ବ୍ୟକ୍ତିମାନଙ୍କ ପାଇଁ ସର୍ବଦା ଆୟର ନୂଆ ଉତ୍ସ ପ୍ରସ୍ତୁତ ହୋଇ ରହିଥାଏ । ଏମାନଙ୍କ ବୌଦ୍ଧିକ କ୍ଷମତା ମଧ୍ୟ ଖୁବ ସୁନ୍ଦର ହୋଇଥାଏ ।

କିଛି ଲୋକଙ୍କ ହାତର ଇଣ୍ଡେକ୍ସ ଫିଙ୍ଗର ତଳେ ଏହି କ୍ରସ ରହିଥାଏ । ତେବେ ଏହି ଲୋକମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଦ୍ୱାରା ଲୋକମାନେ ଆକର୍ଷିତ ହେବାରୁ ନିଜକୁ ଅଟକାଇ ପାରନ୍ତି ନାହିଁ । ଜୀବନରେ ଧନ, ଐଶ୍ୱର୍ଯ୍ୟ ସବୁ କିଛି ମିଳିଥାଏ ଏବଂ ଲୋକମାନଙ୍କର ଏମାନେ ଖୁବ ପ୍ରିୟ ମଧ୍ୟ ହୋଇଥାନ୍ତି ।

Get real time updates directly on you device, subscribe now.