fbpx

(Video) ମାଲ ବୋଝେଇ ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ….

ମୟୂରଭଞ୍ଜ: ହୁତୁୁ ହୁତୁ ହୋଇ ଜଳିଗଲା ମାଲ ବୋଝେଇ ଟ୍ରକ । ସର୍ଟ ସର୍କିଟ ହୋଇ ଟ୍ରକରେ ଲାଗିଲା ନିଆଁ । ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଟ୍ରକଟି ସମ୍ପୂର୍ଣ୍ଣ ଜଳିବାକୁ ଲାଗିଥିଲା । ଏଭଳି ଭୟଙ୍କର ଅଗ୍ନିକାଣ୍ଡକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଭୟଭୀତ ହୋଇପଡିଥିଲେ । ତେବେ କଲିକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଜଳିଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ମଧ୍ୟରାତ୍ରିରେ ଏକ ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ କୋଲକାତା ଅଭିମୁଖେ ଆସୁଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକରେ ସର୍ଟସର୍କିଟ୍ ହୋଇ ନିଆଁ ଲାଗି ଯାଇଥିଲା । ଭାଗ୍ୟବଶତଃ ଟ୍ରକ୍ ଭିତରେ ଥିବା ଡ୍ରାଇଭର ଗାଡିରୁ ବାହାରି ଆସିଥିଲା। ଏଭଳି ପରିସ୍ଥିତିରେ ସାଧାରଣ ଲୋକମାନେ ନିଆଁକୁ ଆୟତ୍ତ କରିବା ଅସମର୍ଥ ହେବାରୁ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.