fbpx

ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଭରାନଦୀକୁ ଡେଇଁଲେ ବାପା:୨ ଉଦ୍ଧାର ଜଣେ ନିଖୋଜ

ରାୟଗଡା: ରାୟଗଡା ଜିଲ୍ଲା ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଅଘଟଣ । ନଦୀରେ ଗାଧୋଇବା ସମୟରେ ୩ ଛୁଆ ବୁଡିଯାଇଥିଲେ । ତେବେ ଛୁଆଙ୍କୁ ବୁଡିଯାଉଥିବା ଦେଖି ନିଜ ଜୀବନକୁ ବାଜି ଲଗାଇ ଭରା ନଦୀକୁ ଡେଇଁ ପଡିଲେ ବାପା । ନଦୀର ପ୍ରଖର ସ୍ରୋତରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ପିଲା ଭାସି ଯାଇଥିବା ସୂଚନା ମିଳିଛି ।

ବିଶେଷ ସୁତ୍ରରୁ ପ୍ରକାଶ ଯେ ଆନ୍ଧ୍ରପ୍ରଦେଶ ଏଲିରୁ ଏହି ପରିବାର ରାୟଗଡାର ଏକ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ତେବେ ମନ୍ଦିର ଦର୍ଶନ ପରେ ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ୩ ପିଲାଙ୍କ ସହ ବାପା ନଦୀରେ ଗାଧୋଉଥିବା ବେଳେ ୩ ଜଣ ପିଲା ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଫଳରେ ୩ ଜଣ ପିଲାଙ୍କ ମଧ୍ୟରୁ ୨ ଜଣ ପିଲାଙ୍କୁ ଉଦ୍ଧାର ପରେ ଅନ୍ୟ ଜଣେ ପିଲାକୁ ଉଦ୍ଧାର କରିବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଫସିଯାଇଥିଲେ ବାପା । ଦୀର୍ଘ ସମୟ ପର୍ଯ୍ୟନ୍ତ ନଦୀରେ ଫସି ରହିବା ପରେ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ବାପାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ପିଲାର ପତ୍ତା ମିଳୁନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.