HSRP ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ବୃଦ୍ଧି କଲେ ରାଜ୍ୟ ସରକାର: ଜାଣନ୍ତୁ ଆପଣ କେବେ ଲଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜ୍ୟରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି (୧ ଓ ୨ ଶେଷ ନମ୍ବର) ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାର ଶେଷ ତାରିଖ ବୃଦ୍ଧି କରିଛନ୍ତି । ପୂର୍ବରୁ ଯେଉଁ ତାରିଖ ଅଗଷ୍ଟ ୩୧ ରହିଥିଲା, ତାହା ଏବେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟାନ୍ୟ ଯାନ ପାଇଁ ଏଚଏସଆରପି ସଂଲଗ୍ନ କରିବାର ସମୟ ସୀମା ସମାନ ରହିଛି । ଅଗଷ୍ଟ ୨୪ ସୁଦ୍ଧା ମୋଟ ୭ ଲକ୍ଷ ୬ ହଜାର ୨୧୫ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮ ହଜାର ୬୮୦ଟି ଗାଡ଼ିରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଯାଇଛି । ତଳେ ଦିଆଯାଇଥିବା ସମୟସୀମା ଅନୁଯାୟୀ ଗାଡ଼ି ମାଲିକମାନଙ୍କୁ ସେମାନଙ୍କ ଗାଡ଼ିରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଯେଉଁ ଗାଡ଼ିର ନମ୍ବର ନମ୍ବର ୩ ଓ ୪ ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଥିବ ସେଥିରେ ଅକ୍ଟୋବର ୩୧ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୭ ଓ ୮ ମଧ୍ୟରେ ଶେଷ ହେଉଥିବ ସେଥିରେ ନଭେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।